ନୂଆଦିଲ୍ଲୀ: ଅଦାଲତରେ ବିଚିତ୍ର ତଥ୍ୟାବଳୀ ଉପସ୍ଥାପନ କରାଯାଇଛି କହି ଆଜି ସୁପ୍ରିମ୍ କୋର୍ଟ ଏକ ଠକେଇ ମାମଲାରେ ସମାଜବାଦୀ ପାର୍ଟିର ନେତା ଆଜମ୍ ଖାଁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ନିୟମିତ ଜାମିନ ଆବେଦନ ଉପରେ ସିଦ୍ଧାନ୍ତ ନ ନେବା ପର୍ଯ୍ୟନ୍ତ ଏହି ମଧ୍ୟବର୍ତ୍ତୀକାଳୀନ ଜାମିନ ବଳବତ୍ତର ରହିବ। ଫଳରେ ତାଙ୍କ ମୁକ୍ତିର ପଥ ପରିଷ୍କାର ହୋଇଯାଇଛି।
ଅସାଧାରଣ ତଥ୍ୟାବଳୀ ଉପସ୍ଥାପନ କରାଯାଇ ମାମଲା କରାଯାଇଥିବାରୁ ଖାଁଙ୍କୁ ଜାମିନ ଦେବା ନିମନ୍ତେ ଅଦାଲତ ଧାରା ୧୪୨ ପ୍ରୟୋଗ କରିଛନ୍ତି। କେବେ କେମିତି ସ୍ଥଳବିଶେଷରେ ଆଇନଦ୍ବାରା ପ୍ରତିକାର ହୋଇ ନ ପାରିଲେ ବାଦିପ୍ରତିବାଦୀମାନଙ୍କୁ ପୂର୍ଣ୍ଣ ନ୍ୟାୟ ଦେବା ଲାଗି ଧାରା ୧୪୨ ସୁପ୍ରିମ୍ କୋର୍ଟଙ୍କୁ ଅଭିନବ କ୍ଷମତା ପ୍ରଦାନ କରିଥାଏ।
Image Courtesy of India Todayରାମପୁର ପବ୍ଲିକ୍ ସ୍କୁଲ୍ ସଂକ୍ରାନ୍ତ ଜମି ହଡ଼ପ ଓ ଜାଲିଆତି ଘଟଣା ସହ ଏହି ମାମଲାର ସମ୍ପୃକ୍ତି ଅଛି। ସ୍କୁଲ୍ ନିମନ୍ତେ ସ୍ବୀକୃତି ପାଇବା ଲାଗି ଆଜମ୍ ଖାଁ ‘ବିଲ୍ଡିଙ୍ଗ୍ ସାର୍ଟିଫିକେଟ୍’ ଜାଲିଆତି କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
Image Courtesy of NDTVବିଚାରପତି ଏଲ୍ଏନ୍ ରାଓ, ବିଆର୍ ଗୱାଇ ଏବଂ ଏ.ଏସ୍. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ‘ରିଟ୍ ପିଟିସନ୍’ ଶୁଣାଣି କରୁଥିଲେ। ଆହ୍ଲାବାଦ ହାଇକୋର୍ଟ ଖାଁଙ୍କର ଜାମିନ ଆବେଦନ ହସ୍ତାନ୍ତର କରିବାରେ ବିଳମ୍ବ କରିବା ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ଉକ୍ତ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିଥିଲେ।
ସ୍ମରଣଯୋଗ୍ୟ, ୨୦୨୦ରୁ ସମାଜବାଦୀ ପାର୍ଟିର ନେତା ସୀତାପୁର କାରାଗାରରେ ଅଛନ୍ତି। ମଙ୍ଗଳବାର ଦିନ ଅଦାଲତ ତାଙ୍କ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Azam-Khan-Got-Bail_Thumbnail.jpg)