କଙ୍ଗନା ରାଣାଓ୍ଵତ୍‌ଙ୍କୁ ସମନ୍‌

ମୁମ୍ବାଇ: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କୁ ଖାର ଥାନା ପକ୍ଷରୁ ସମନ୍‌ ଜାରି କରାଯାଇଛି। ମୁମ୍ବାଇସ୍ଥିତ ପାଲି ହିଲ୍‌ ନିକଟରେ ଏକ ବଙ୍ଗଳା କିଣିବା ସମୟରେ କଙ୍ଗନା ପ୍ରପର୍ଟି ଡିଲର୍‌ଙ୍କ ପ୍ରାପ୍ୟ ସଂପୂର୍ଣ୍ଣ ପୈଠ କରିନଥିବା ଅଭିଯୋଗ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ଏହି ବଙ୍ଗଳା ସେ କିଣିଥିଲେ। ଏଥିପାଇଁ ସେ ୧.୩ କୋଟିର ଷ୍ଟାମ୍ପ୍‌ ଡ୍ୟୁଟି ଦେଇଥିଲେ। ଏହା ଉପରେ ୧ ପ୍ରତିଶତ କମିସନ ଦେବା ପାଇଁ କଥା ଛିଡ଼ିଥିଲା। କଙ୍ଗନା ମଧ୍ୟ ସେ ବାବଦରେ ୨୨ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ପରେ ରିଅଲ୍‌ ଇଷ୍ଟେଟ୍‌ ଏଜେଣ୍ଟଙ୍କ ପକ୍ଷରୁ ୨ ପ୍ରତିଶତ କମିଶନ ଦାବି କରାଯାଇଥିଲା। କଙ୍ଗନା କିନ୍ତୁ ଦେବାକୁ ସିଧା ମନାକରିଦେଇଥିଲେ। ଏହାପରେ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଉଲ୍ଲେଖଯୋଗ୍ୟ, କଙ୍ଗନାଙ୍କୁ ଖୁବ୍‌ଶୀଘ୍ର ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ରେ ଦେଖିବାକୁ ମିଳିବ। ଏଥିରେ ସେ ଝାନ୍‌ସି ରାଣୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର