ନୂଆଦିଲ୍ଲୀ: ସମ୍ଭଲ ହିଂସା ପରେ ଚର୍ଚ୍ଚାକୁ ଆସିଥିବା ସିଓ ଅନୁଜ ଚୌଧୁରୀଙ୍କୁ ପୁଲିସ ପୋଷାକରେ ପ୍ରଭୁ ହନୁମାନଙ୍କ ଗଦା ଧରି ବୁଲୁଥିବା ମହଙ୍ଗା ପଡ଼ିଛି। ସିଓଙ୍କ ଅନୁଜଙ୍କ ବିରୋଧରେ ଅଭିଯୋଗ ପରେ ଡିଆଇଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ନୂଆ ବର୍ଷରେ ଖଗୁ ସରାଇ ଅଞ୍ଚଳର କାର୍ତ୍ତିକେୟ ମହାଦେବ ମନ୍ଦିରର ରଥଯାତ୍ରା ସମୟରେ ଅନୁଜ ଚୌଧୁରୀ ପୁଲିସ ପୋଷାକ ପିନ୍ଧି ପ୍ରଭୁ ହନୁମାନଙ୍କ ଗଦା ଧରି ଯାତ୍ରା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଅଧିକପଢ଼ନ୍ତୁ:ଅଯଥା ଖର୍ଚ୍ଚ କରନାହିଁ; କାମ୍ବଲିଙ୍କ ଅବସ୍ଥା ଦେଖି ଏଭଳି କହିଲେ ପିଭି ସିନ୍ଧୁ
ପୁଲିସ ପୋଷାକ ପିନ୍ଧି ଗଦା ଧରି ଚାଲିବା ପୁଲିସ ନିୟମର ଉଲ୍ଲଂଘନ ହୋଇଥିବା ବିଚାର କରି ପୂର୍ବତନ ଆଇପିଏସ ଏବଂ ଆଜାଦ ଅଧିକାର ସେନାର ରାଷ୍ଟ୍ରୀୟ ସଭାପତି ଅମିତାଭ ଠାକୁର ଡିଜିପିଙ୍କ ନିକଟରେ ଅଭିଯୋଗ କରିଥିଲେ।
ଅମିତାଭ ଠାକୁର ଅଭିଯୋଗ କରି କହିଥିଲେ, ‘ ଅନୁଜ ଚୌଧୁରୀ ଡ୍ୟୁଟି ସମୟରେ ତାଙ୍କ ପୁଲିସ ପୋଷାକ ବ୍ୟବହାର କରି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନୁଜ ଧାର୍ମିକ ଶୋଭାଯାତ୍ରାରେ ପ୍ରଭୁ ହନୁମାନଙ୍କ ଗଦା ଧରିବା, ଭଜନ ଗାଇବା ଏବଂ ମନ୍ଦିରରେ ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିବା ଭଳି କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ରହିଛି।
ଅଧିକପଢ଼ନ୍ତୁ:ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳି ପତ୍ନୀମାନଙ୍କ ସହିତ ରହି ପାରିବେ ନାହିଁ
ଅନୁଜ ଚୌଧୁରୀଙ୍କ ଏହି କାର୍ଯ୍ୟକଳାପଗୁଡ଼ିକ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ଆଚରଣ ନିୟମ, ୧୯୫୬ର ନିୟମ ୩ , ୪ ଏବଂ ୬ ସହିତ ଡିଜିପିଙ୍କ ୨୦୧୪ ଅକ୍ଟୋବର ୬ର ସର୍କୁଲାରର ଉଲ୍ଲଂଘନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/14/Qx7vhMvpsHYnIbZv96TC.jpg)