ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭଲରେ ୪୬ ବର୍ଷ ଧରି ବନ୍ଦ ଥିବା ଶିବ ମନ୍ଦିର ଖୋଲାଯାଇଛି। ହିନ୍ଦୁ ସଂଗଠନର ଲୋକମାନେ ମନ୍ଦିରରେ ଜଳାଭିଷେକ କରିଛନ୍ତି । ଏହି ଶିବ ମନ୍ଦିରରେ ଦୀର୍ଘ ୪୬ ବର୍ଷ ଧରି ଜଳାଭିଷେକ କରାଯାଇନଥିଲା। ମନ୍ଦିର ବନ୍ଦ ଥିବାରୁ ଲୋକମାନେ ପୂଜା ମଧ୍ୟ କରିପାରୁନଥିଲେ। ହିନ୍ଦୁ ସଂଗଠନର ଲୋକମାନେ କହିଛନ୍ତି ଯେ ମହାଶିବରାତ୍ରିରେ ମନ୍ଦିରରେ ଜଳାଭିଷେକ କରିବା ପାଇଁ ବହୁ ସଂଖ୍ୟକ ଲୋକ ଦୂରଦୂରାନ୍ତ ଆସିବେ।

Advertisment

ସମ୍ଭଲର ଖଗ୍ଗୁସରାଇର ପ୍ରାଚୀନ କାର୍ତ୍ତିକ ଶିବ ମନ୍ଦିର ୪୬ ବର୍ଷ ଧରି ବନ୍ଦ ଥିଲା କିନ୍ତୁ ଏବେ ଏହାକୁ ଖୋଲାଯାଇଛି। ଗତ ୪୬ ବର୍ଷ ଧରି ମନ୍ଦିରରେ ଅବସ୍ଥିତ ଭୋଲେନାଥଙ୍କ ଶିବଲିଙ୍ଗକୁ ଜଳ ଅର୍ପଣ କରାଯାଉନଥିଲା, କିନ୍ତୁ ଏଥର ମହାଶିବରାତ୍ରିରେ ବହୁ ସଂଖ୍ୟକ ଭକ୍ତ ଖଗ୍ଗୁସରାଇର ଏହି ମନ୍ଦିରକୁ ଆସି ଜଳ ଅର୍ପଣ କରିବେ ବୋଲି ଆଶା କରାଯାଉଛି। 

ଅଧିକ ପଢ଼ନ୍ତୁ: https://sambad.in/india-and-beyond/iit-baba-reacts-to-his-ind-vs-pak-champions-trophy-prophecy-goes-wrong-8754736 

ମନ୍ଦିରକୁ ଗେରୁଆ ରଙ୍ଗରେ ସଜାଇ ଦିଆଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଚାରିଆଡ଼େ ଧଳା ଚୂନ ଲଗାଯାଇଛି। ପ୍ରଶାସନ ପକ୍ଷରୁ ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ହିନ୍ଦୁ ଶ୍ରଦ୍ଧାଳୁମାନେ କହିଛନ୍ତି ଯେ ପୁଲିସ ଦ୍ୱାରା ଭଲ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସିସିଟିଭି ମଧ୍ୟ ଲଗାଯାଇଛି। ଆଖପାଖ ହିନ୍ଦୁ ଶ୍ରଦ୍ଧାଳୁମାନେ କୁହନ୍ତି ଯେ ପୂର୍ବରୁ ସେମାନେ ବିଭିନ୍ନ ଶିବ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ, କିନ୍ତୁ ଏଥର ମହାଶିବରାତ୍ରିରେ ଦୂରଦୂରାନ୍ତରୁ ଲୋକେ ନିଜ ପରିବାର ସହିତ ଏହି ମନ୍ଦିରକୁ ଜଳାଭିଷେକ କରିବାକୁ ଆସିବେ।

୪୬ ବର୍ଷ ଧରି ବନ୍ଦ ଥିବା ଖଗ୍ଗୁସରାଇ ମନ୍ଦିର ଏବେ ଖୋଲାଯାଇଛି। ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ଶିବଲିଙ୍ଗ ଉପରେ ଜଳାଭିଷେକ କରିବେ ଲୋକେ। ସ୍ଥାନୀୟ ବିଜେପି ନେତା କପିଲ ସିଂହଲ କହିଛନ୍ତି ଯେ ଏହା ଗର୍ବର ବିଷୟ ଯେ ମନ୍ଦିରଟି ଏବେ ଖୋଲାଯାଇଛି । ଏତେ ବର୍ଷ ପରେ ମନ୍ଦିର ଖୋଲା ଯାଇଥିବାରୁ ମହାଶିବରାତ୍ରି ଦିନ ବହୁ ସଂଖ୍ୟକ ଭକ୍ତ ଖଗ୍ଗୁସରାଇର ଏହି ପ୍ରାଚୀନ କାର୍ତ୍ତିକ ଶିବ ମନ୍ଦିରରେ ଜଳାଭିଷେକ କରିବାର ସୁଯୋଗ ପାଇବେ। 

ଅଧିକ ପଢ଼ନ୍ତୁ: https://sambad.in/india-and-beyond/cag-report-on-delhi-excise-policy-scam-8755705