ଲକ୍ଷ୍ନୌ: ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା। ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ବହୁତ କମ ହେବାରେ ଲାଗିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦିଆଯାଇଥିବା ରିପୋର୍ଟରେ ଏଭଳି କୁହାଯାଇଛି। ନଭେମ୍ବର ୨୪ ତାରିଖରେ ସମ୍ଭଲରେ ଘଟିଥିବା ହିଂସା ଉପରେ ପ୍ରସ୍ତୁତ ପ୍ରାୟ ୪୫୦ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଏଥିରେ ଅନେକ ଆଶ୍ଚର୍ଯ୍ୟଜନକ ସୂଚନା ରହିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ୧୯୪୭ ମସିହାରେ ସମ୍ଭଲରେ ପୌର ଅଞ୍ଚଳର ଜନସଂଖ୍ୟା ୪୫ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୨୦୨୫ରେ ୧୫ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍ ଗତ ୭୮ବର୍ଷ ମଧ୍ୟରେ ୩୦ପ୍ରତିଶତ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଏଥିରେ ପୂର୍ବ ଦଙ୍ଗାର ତାରିଖ, ସେଥିରେ ଜୀବନହାନି, ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଏବଂ ତା’ପରେ ପରିସ୍ଥିତିର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଅନ୍ତର୍ଭୁକ୍ତ।
ଏହି ରିପୋର୍ଟ ପ୍ରଥମେ ରାଜ୍ୟ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପିତ ହେବ। କ୍ୟାବିନେଟରୁ ଅନୁମୋଦନ ପାଇବା ପରେ, ଏହାକୁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଗୃହରେ ରଖାଯିବ। ଏହା ବିଶ୍ୱାସ କରାଯାଉଛି ଯେ, ରିପୋର୍ଟରେ ହିଂସାର କାରଣ, ପ୍ରଶାସନର ଭୂମିକା, ଗୁଇନ୍ଦା ବ୍ୟବସ୍ଥାର ବିଫଳତା ଏବଂ ଭବିଷ୍ୟତରେ ଏପରି ପରିସ୍ଥିତିର ମୁକାବିଲା ପାଇଁ ପରାମର୍ଶ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ହିଂସା ପରେ ତୁରନ୍ତ ଏହି ରିପୋର୍ଟ ପ୍ରସ୍ତୁତ କରିବାର ଦାୟିତ୍ୱ ଏକ ତିନି ଜଣିଆ କମିଟିକୁ ଦିଆଯାଇଥିଲା। କମିଟି ଘଟଣାସ୍ଥଳକୁ ଯାଇ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଲୋକ ଏବଂ ପୀଡିତ ପରିବାର ସହିତ କଥାବାର୍ତ୍ତା କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/28/new-project-8-2025-08-28-14-29-58.jpg)