ପ୍ରିୟଙ୍କାଙ୍କ ଟ୍ବିଟ୍‌ରେ ପ୍ରତିକ୍ରିୟା ବ୍ୟକ୍ତକଲେ ସମ୍ବିତ

ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ପାତ୍ର ଏବଂ କଂଗ୍ରେସର ପ୍ରବକ୍ତା ଗୌରବ ବଲ୍ଲଭ ଗୋଟିଏ ଘରୋଇ ଟିଭି ଚ୍ୟାନେଲର ବିତର୍କରେ ଭାଗ ନେଇଥିଲେ। ସେଥିରେ କଂଗ୍ରେସ ପ୍ରବକ୍ତା ଶ୍ରୀ ବଲ୍ଲଭ ବିଜେପି ପ୍ରବକ୍ତା ଶ୍ରୀ ପାତ୍ରଙ୍କୁ ଗୋଟିଏ ଟ୍ରିଲିଅନରେ କେତୋଟି ଶୂନ ରହିଥାଏ ବୋଲି ପ୍ରଶ୍ନ କରିଥିଲୋ। ମୋଦୀ ସରକାର ଭାରତର ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାରରେ ପରିଣତ କରିବାକୁ ଯୋଜନା ରଖିଥିବା ପରିପ୍ରେକ୍ଷୀରେ ଶ୍ରୀ ବଲ୍ଲଭ ଏହି ପ୍ରଶ୍ନ ପଚାରିଥିଲେ। ଶ୍ରୀ ପାତ୍ର ଏହି ଉତ୍ତର ଦେଇ ନଥିଲେ। ଏହାପରେ ଶ୍ରୀ ବଲ୍ଲଭ କହିଥିଲେ ଟ୍ରିଲିଅନରେ ୧୨ଟି ଶୂନ ରହିଥାଏ। ଏହି ବିତର୍କର ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସର ଉତ୍ତର ପ୍ରଦେଶ ପାଇଁ ସାଧାରଣ ସମ୍ପାଦିକା ଦାୟିତ୍ବରେ ଥିବା ପ୍ରିୟଙ୍କା ଏହାର ପ୍ରଶଂସା କରିଛନ୍ତି। ତେବେ ପ୍ରିୟଙ୍କାଙ୍କ ଏହି ପ୍ରଶଂସା ପରେ ଶ୍ରୀ ପାତ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ସେ ରାହୁଲ ଗାନ୍ଧୀ ନୁହଁନ୍ତି ଯେ କୌଣସି ବିଷୟରେ କିଛି ଜ୍ଞାନ ନାହିଁ କିମ୍ବା ରବର୍ଟ ଭଦ୍ରା ନୁହଁନ୍ତି ଯେ ମୁଣି ଭର୍ତ୍ତି କରିବା ପାଇଁ କେବଳ ଶୂନକୁ ଜାଣନ୍ତି। ‌ଇଡିକୁ ରବର୍ଟ ଭଦ୍ରା କହିଛନ୍ତି କି ସେ କେତୋଟି ଶୂନ ନିଜ ପକେଟରେ ଭର୍ତ୍ତି କରିଛନ୍ତି କିମ୍ବା ସେ ଚିଦମ୍ବରମଙ୍କ ସହିତ ଯୋଗଦେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର