ରାହୁଲ ଗାନ୍ଧିଙ୍କୁ ଜୋତା ମାର କହି କ୍ଷମା ମାଗିଲେ ସଂବିତ ପାତ୍ର

ନୂଆଦିଲ୍ଲୀ : ହିନ୍ଦୀ ନ୍ୟୁଜ ଚ୍ୟାନେଲ ଆଜତକ୍‌ର ଏକ ଲାଇଭ ସୋ ବେଳେ ରାହୁଲ ଗାନ୍ଧିଙ୍କ ପ୍ରତି ଅପଶବ୍ଦ କହିଥିବା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସଂବିତ ପାତ୍ର ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ରାହୁଲଙ୍କୁ କ୍ଷମା ମାଗିଛନ୍ତି । ଗତ ୨୮ ତାରିଖରେ ଆଜତକ୍‌ରେ ସର୍ଜିକାଲ ଷ୍ଟ୍ରାଇକ ଉପରେ ଏକ ପ୍ୟାନେଲ ଆଲୋଚନା ଆୟୋଜିତ ହୋଇଥିଲା । ଏଥିରେ ବିଜେପି ପକ୍ଷରୁ ସଂବିତ ପାତ୍ର ଓ କଂଗ୍ରେସ ପକ୍ଷରୁ ରାଜୀବ ତ୍ୟାଗୀ ଯୋଗ ଦେଇଥିଲେ । ଏହି ଆଲୋଚନାରେ ଯୁକ୍ତିତର୍କ କରୁ କରୁ ସଂବିତ ରାଗିଯାଇ ରାହୁଲ ଗାନ୍ଧିଙ୍କୁ ଜୋତା ମାର ବୋଲି କହିବାକୁ ଲାଗିଲେ । କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହେଲା ଓ କଂଗ୍ରେସ ପକ୍ଷରୁ ଏପରି ଭାଷା ନେଇ ଆପତ୍ତି ଉଠିବା ପରେ ସଂବିତ ଏଥିପାଇଁ ଦୁଃଖପ୍ରକାଶ କରିଛନ୍ତି । ଏପରି କଥା କହିବାର ନଥିଲା ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଔରଙ୍ଗଜେବ କୁହାଯିବା ମଧ୍ୟ ତାଙ୍କୁ ଆଘାତ ଦେଇଥିଲା ବୋଲି ସେ କହିଛନ୍ତି । ଏଥିପାଇଁ କଂଗ୍ରେସ ଦଳ ମଧ୍ୟ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ଖୁନ କୀ ଦଲାଲୀ ( ରକ୍ତର ବେପାର) କହିବା ପାଇଁ ମଧ୍ୟ କଂଗ୍ରେସ କ୍ଷମା ମାଗୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର