ଡାକ୍ତରଖାନାରୁ ଛାଡ଼ ପାଇ ଘରକୁ ଫେରିଲେ ସମ୍ବିତ ପାତ୍ର , କହିଲେ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଲାଗିବ

ଭୁବନେଶ୍ୱର : କରୋନା ଲକ୍ଷଣ ଦେଖାଯିବା ପରେ ମେ ୨୮ରେ ଡାକ୍ତରଖନାରେ ଭର୍ତ୍ତି ହୋଇଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କୁ ଆଜି ହସପିଟାଲରୁ ଛାଡ଼ି ଦିଆଯାଇଛି । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି ।
ଟ୍ଵିଟ କରି ସେ ଲେଖିଛନ୍ତି, “ମୁଁ ଘରକୁ ଫେରିଆସିଛି । କିନ୍ତୁ ମୁଁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହିଁ । ମୋତେ ସଂପୂର୍ଣ୍ଣ ଆରୋଗ୍ୟ ହେବାକୁ ଆଉ କିଛି ଦିନ ଲାଗିବ । ତେବେ ଲୋକମାନଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ।”

 

ଆଉ ଏକ ଟ୍ଵିଟ କରି ସେ ଲେଖିଛନ୍ତି ଯେ ସେ ଅସୁସ୍ଥ ଥିବାେବେ ଯେପରି ଦଳ ଓ ଦଳର ନେତୃତ୍ୱ ତାଙ୍କ ପଛରେ ଛିଡ଼ା ହେଲା ସେ ନିସଂକୋଚରେ କହିପାରିବେ ଯେ ଦଳ ହେଉଛି ତାଙ୍କର ପରିବାର ।
ସେ ଘରକୁ ଫେରିବା ପରେ ଆନନ୍ଦ ପ୍ରକାଶ କରି ଦିଲ୍ଲୀ ବିଜେପି ନେତା ତେଜିନ୍ଦର ସିଂ ବାଗା ଟ୍ଵିଟ କରି ଲେଖିଛନ୍ତି ଯେ ସଂବିତ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ତାଙ୍କ ଘରକୁ ଯାଇ ଚା ପିଇବି ।
ଡ. ପାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ମେ ୨୮ରେ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ସେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଆଉ କେତେକ ବିଜେପି ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

ସମ୍ବନ୍ଧିତ ଖବର