ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ପୁରୀ ଵଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଛନ୍ତି ଭାରତୀୟ ଜନତା ପାର୍ଟି ମୁଖପାତ୍ର ସମ୍ବିତ ପାତ୍ର। ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ସଂପର୍କରେ  ଅନୁଧ୍ୟାନ କରି ସୋମବାର ସୁଦ୍ଧା କେନ୍ଦ୍ରମନ୍ତ୍ରୀ ଏହା ଉପରେ ନିଜର ମତାମତ ରଖିବେ ବୋଲି କହିଛନ୍ତି ଶ୍ରୀ ପାତ୍ର। ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଏଥିପୂର୍ବରୁ ପୁରୀ ଆସି ଧାରଣାରେ ବସିଥିଲେ।

ବେଆଇନ ଭାବେ କୋର୍ଟରେ ମାମଲା ଚାଲିଥିବା ବେଳେ ରାଜ୍ୟ ସରକାର ଜମିଟିକୁ ବିକ୍ରି କରିଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସମ୍ବିତ ପାତ୍ର।  ଆଗାମୀ ଦିନରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାଇବେ ବୋଲି ସେ କହିଛନ୍ତି।

ପ୍ରସାଦ ଯୋଜନାରେ କେନ୍ଦ୍ର ସରକାର ୨୦କୋଟି ଅର୍ଥ ଦେଇଛନ୍ତି ଓ ଏଥିରୁ ୩ କୋଟି ଖର୍ଚ୍ଚ ହେଲାଣି। ଏପରି ସ୍ଥଳେ ରାଜ୍ୟ ସରକାର ଗରିବ ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତେ ଏହାର ବାଟ ମାରଣା କରୁଛନ୍ତି।

ଏହି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆମେ ଲଢେଇ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର