ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓ ସେୟାର କରିବା ସହ ସମ୍ବିତ ଦାବି କରିଛନ୍ତି ଯେ ଏମାନଙ୍କୁ ଜିନ୍ନାଙ୍କ ସ୍ୱାଧୀନତା ଆବଶ୍ୟକ | ସମ୍ବିତ ପାତ୍ର ସେୟାର କରିଥିବା ଭିଡିଓରେ କିଛି ଲୋକ ସ୍ୱାଧୀନତା ଲାଗି ନାରାବାଜି କରୁଥିଲେ | ତେବେ ସମ୍ପୂର୍ଣ୍ଣ ନାରା ଶୁଣିବାକୁ ମିଳି ନ ଥିବାବେଳେ ସେମାନେ 'ଆଜାଦି ଆଜାଦି' ବୋଲି କହୁଥିବାର ଶୁଣିବାକୁ ମିଳିଛି | ଏହି ଭିଡିଓକୁ ନେଇ ସମ୍ବିତ ଟ୍ୱିଟରରେ ଲେଖିଛନ୍ତି ଯେ 'ଏମାନଙ୍କୁ ଜିନ୍ନାଙ୍କ ସ୍ୱାଧୀନତା ଆବଶ୍ୟକ |’
इनको चाहिए “जिन्ना वाली आज़ादी”!!
मित्रों,अब कुछ कहना शेष रह गया है क्या?
ये हिंदुस्तान के साथ है या हिंदुस्तान के विरुद्ध ..इस पर अब कोई बहस की आवश्यकता है क्या?
दुख इस बात पे लगता है की किस से लड़े? ..बाहरवालो से या अपनो से ..
जब घर में ही भेदी बैठा है ..तो आप क्या करेंगे? pic.twitter.com/HmAtEAuT1y— Sambit Patra (@sambitswaraj) January 10, 2020
ବନ୍ଧୁମାନେ ଏମାନେ ଭାରତ ସହ ଅଛନ୍ତି ନା ଭାରତ ବିରୋଧରେ ଅଛନ୍ତି | ଏବେ ଏହାକୁ ନେଇ କିଛି କହିବାର ନାହିଁ | ଦୁଃଖ ଲାଗୁଛି ଯେ କାହା ସହ ଲଢ଼ିବା ? ଦେଶରେ ଯେତେବେଳେ ନିଜ ଘରେ ବିଶ୍ୱାସଘାତକ ରହିଛନ୍ତି ସେତେବେଳେ କଣ କରିବା |
ଏହି ଭିଡିଓଟି କେଉଁ ସ୍ଥାନର ବୋଲି ଜଣାପଡ଼ି ନଥିଲେ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ବର୍ତ୍ତମାନ ସୁଦ୍ଧା ୭ ହଜାର ୩୦୦ ଥର ରିଟ୍ୱିଟ ହୋଇଥିବାବେଳେ ୧୮ ହଜାର ଲୋକ ପସନ୍ଦ କରିଛନ୍ତି | ଏହା ସହ ସମ୍ବିତ କହିଛନ୍ତି ଯେ ଆମ ଆଦମୀ ପାର୍ଟି, କଂଗ୍ରେସ, ଟିଏମସି ମିଶି ମୁସଲମାନମାନଙ୍କୁ ଉସୁକାଉଛନ୍ତି |