ସିଡବ୍ଲ୍ୟୁସି ବୈଠକରେ ସର୍ଦ୍ଦାର ପଟେଲଙ୍କୁ ଅପମାନିତ କରାଯାଇଛି: ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ଜମ୍ମୁକଶ୍ମୀରକୁ ନେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନୀତି ଉପରେ ଯେଉଁ ପ୍ରଶ୍ନ ଉଠିଛି ତାହାକୁ ବିଜେପି, ସର୍ଦ୍ଦାର ପଟେଲଙ୍କ ପ୍ରତି ଅପମାନ ବୋଲି କହିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ କହିଛନ୍ତି ଯେ ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସର ବରିଷ୍ଠ ନେତା ତଥା ସିଡବ୍ଲ୍ୟୁଡିସି ସଦସ୍ୟ ତାରିକ ହମିଦ କଶ୍ମୀରକୁ ନେଇ ମିଥ୍ୟା ଭାବନା ସୃଷ୍ଟି କରିଛନ୍ତି ଏବଂ ସେ(ତାରିକ) କହିଛନ୍ତି ଯେ ଜବାହରଲାଲ ନେହେରୁ ହିଁ ଜମ୍ମୁକଶ୍ମୀର ସୃଷ୍ଟି କରିଛନ୍ତି। ସର୍ଦ୍ଦାର ପଟେଲ ଏହାକୁ (ଜମ୍ମୁକଶ୍ମୀର) ଭାରତଠାରୁ ଅଲଗା ରଖିବାକୁ ଚେଷ୍ଟା କରିଥିଲେ।

ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ ଖବରକାଗଜରେ ପ୍ରକାଶ ପାଇଛି ଯେ ତାରିକ କହିଥିଲେ ଯେ ସର୍ଦ୍ଦାର ପଟେଲ ଜିନ୍ନାଙ୍କ ସହ ହାତ ମିଳାଇଥିଲେ, ଜମ୍ମୁକଶ୍ମୀରକୁ ଭାରତଠାରୁ ଅଲଗା ରଖିବାକୁ ଚେଷ୍ଟା କରିଥିଲେ ଏବଂ କେବଳ ଜବାହରଲାଲ ନେହେରୁଙ୍କ କାରଣରୁ ଜମ୍ମୁକଶ୍ମୀର ଆଜି ଭାରତରେ ହିଁ ଅଛି |

ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସମ୍ବିତ ପାତ୍ର କଂଗ୍ରେସକୁ ପ୍ରଶ୍ନ କରି କହିଛନ୍ତି ଯେ ଯେତେବେଳେ ସିଡବ୍ଲ୍ୟୁସି ବୈଠକରେ ସର୍ଦ୍ଦାର ପଟେଲଙ୍କୁ ବଦନାମ କରାଯାଉଥିଲା, ସେତେବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହାକୁ ବିରୋଧ କରିଥିଲେ କି? କଂଗ୍ରେସ କେବଳ ଦ୍ୱନ୍ଦ୍ୱ ବିସ୍ତାର କରିନାହିଁ ବରଂ ପାପ ମଧ୍ୟ କରିଛି। ତାରିକ ହମିଦଙ୍କୁ ବହିଷ୍କାର କରାଯିବ କି? ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି |

ସମ୍ବନ୍ଧିତ ଖବର