ଆଧାର କାର୍ଡ : ୫ଟି ଗାଁର ୫ ହଜାର ଲୋକଙ୍କ ଜନ୍ମ ତାରିଖ ଗୋଟିଏ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଆଧାର ଲିଙ୍କ କରିବା ଉପରେ ଜୋର ଦେଉଛନ୍ତି ।  ସେଥିରେ ରହିଛି ବ୍ୟାଙ୍କ ଖାତାଠାରୁ ଆରମ୍ଭ କରି ସିମ୍‌ କାର୍ଡ ଓ ପ୍ୟାନ କାର୍ଡ ପର୍ଯ୍ୟନ୍ତ । କିନ୍ତୁ  ଆଧାରକାର୍ଡ ପ୍ରସ୍ତୁତି ବେଳେ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବରୁ ଦେଖାଦେଉଥିବା ତ୍ରୁଟି ଯୋଗୁଁ ଲୋକମାନେ ଅନେକ ଅସୁବିଧାରେ ପଡୁଛନ୍ତି ।  କିଛିଦିନ ତଳେ ଖବର ଆସିଥିଲା ଯେ ଆଧାର କାର୍ଡ ସହ ରାସନ କାର୍ଡ ଲିଙ୍କ୍‌ ହୋଇନଥିବାରୁ ଝାଡ଼ଖଣ୍ଡର ଏକ ପରିବାରକୁ କଣ୍ଟ୍ରୋଲ ଦୋକାନ ଚାଉଳ ଦେବାକୁ ମନା କରିଦେଲା, ଫଳରେ ଉକ୍ତ ପରିବାର ଅନାହାର ମୃତ୍ୟୁ ହୋଇଥିଲା ।

Image Courtesy of IB Times

ଆଧାର ତ୍ରୁଟିକୁ ନେଇ ଏପରି ଆଉ ଏକ ଅଜବ ଖବର ସାମନାକୁ ଆସିଛି । ତାହା ହେଉଛି ଆଧାର କାର୍ଡରେ ମଧ୍ୟ ପ୍ରଦେଶର ପ୍ରାୟ ୫ ହଜାର ଲୋକଙ୍କର ସମାନ ଜନ୍ମ ତାରିଖ ରହିଛି । ଏହି ଲୋକମାନେ ହେଉଛନ୍ତି ମଧ୍ୟପ୍ରଦେଶର ପଲସୋରା, ଦେବପୁରା, ଫତେନଗର, ଜେଟପୁରିଆ ଓ ଭୋପାଲଗଞ୍ଜ ଗାଁର । ସଫ୍ଟଓ୍ଵାରରେ ତ୍ରୁଟି ଯୋଗୁଁ ସେମାନଙ୍କ ଆଧାର କାର୍ଡରେ ଜନ୍ମ ତାରିଖ ୧ ଜାନୁୟାରୀ ହୋଇଯାଇଛି । ଏହି ତ୍ରୁଟି ଫଳରେ ସେମାନଙ୍କୁ ବିଭିନ୍ନ ସରକାରୀ ସ୍କିମରେ ମିଳୁଥିବା ସହାୟତା ମିଳିପାରୁ ନାହିଁ । ତେବେ ସେମାନେ ଏହି ତ୍ରୁଟି ସୁଧାରିବାକୁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସଫଳତା ମିଳିପାରିନାହିଁ ।

 

ସମ୍ବନ୍ଧିତ ଖବର