ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସର୍ବୋତ୍କୃଷ୍ଟ ତଦନ୍ତ ପାଇଁ ପୁରସ୍କାର ପାଇଲେ ଏହି ଅଫିସର

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଉଲ୍ଲେଖନୀୟ ଅନୁସନ୍ଧାନ ପୁରସ୍କାର ପ୍ରଦାନ କରାଯାଇଛି। ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ ମାମଲାର ତଦନ୍ତ କରୁଛନ୍ତି ସମୀର ୱାଙ୍ଖଡେ। ଏହା ବ୍ୟତୀତ ସମୀର ୱାଙ୍ଖଡେ ଅନେକ ବଲିଉଡ ଅଭିନେତା/ଅଭିନେତ୍ରୀଙ୍କ ଦ୍ୱାରା ଡ୍ରଗ୍ସ ବ୍ୟବହାର ଏବଂ ଡ୍ରଗ୍ସ ରାକେଟ ସହିତ ଜଡିତ ମାମଲାର ତଦନ୍ତ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ ସମ୍ବନ୍ଧୀୟ ପ୍ରମାଣ ପାଇବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏହି ଘଟଣାର ତଦନ୍ତ କରିଥିଲା। ୨୦୦୮ ବ୍ୟାଚ୍ ର ଆଇଆରଏସ୍ (ଭାରତୀୟ ରାଜସ୍ୱ ସେବା) ଅଧିକାରୀ ସମୀର ୱାଙ୍ଖଡେ ଆଇଆରଏସରେ ଯୋଗଦେବା ପରେ ପ୍ରଥମ ପୋଷ୍ଟିଂ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କରାଯାଇଥିଲା। ଡେପୁଟି କଷ୍ଟମ୍ସ କମିଶନର ଭାବରେ ସମୀର ୱାଙ୍ଖଡେଙ୍କୁ ଏଠାରେ ପୋଷ୍ଟିଙ୍ଗ କରାଯାଇଥିବାବେଳେ କାର୍ଯ୍ୟରେ ତାଙ୍କର ଦକ୍ଷତା ଦେଖି ତାଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ପରେ ଦିଲ୍ଲୀ ପଠାଯାଇଥିଲା।

ସମୀର ୱାଙ୍ଖଡେ ଡ୍ରଗ୍ସ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ବିଶେଷଜ୍ଞ ଭାବରେ ବେଶ ଜଣାଶୁଣା | ସେ ବହୁତ ଚତୁରତାର ସହ କାମ କରୁଥିବାରୁ ତାଙ୍କୁ ଅନେକ ବଡ ବଡ ମାମଲାର ତଦନ୍ତ କରିବାକୁ ଦାୟିତ୍ୱ ଦିଆଯାଇଥିଲା | ସମୀର ୱାଙ୍ଖଡେଙ୍କ ଅଧୀନରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧୭,୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ରାକେଟ୍ କୁ ଧରାଯାଇଥିଲା |

ସମ୍ବନ୍ଧିତ ଖବର