ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ: ଆନ୍ଦୋଳନକୁ ୧୦ମାସ ପୂର୍ତ୍ତି ଅବସରରେ ଡାକରା ଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: କୃଷକ ସଂଗଠନର ବଡ଼ ଆହ୍ୱାନ | ୩ଟି କୃଷି ଆଇନକୁ ବିରୋଧ କରି ପ୍ରାୟ ୧୦ମାସ ହେଲା ଆନ୍ଦୋଳନ କରି ଆସୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସକେଏମ) ଏବେ ଭାରତ ବନ୍ଦ ଡାକରା ଦେଇଛି | ସେପ୍ଟେମ୍ବର ୨୫ରେ ଆନ୍ଦୋଳନକୁ ୧୦ମାସ ପୂର୍ତ୍ତି ଅବସରରେ ଏସକେଏମ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି |

ହରିୟାଣାର ନୁହାରେ ଆୟୋଜିତ କିଷାନ ମହାସଭାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସକେଏମ ନେତା ଦର୍ଶନ ପାଲ ସିଂ ଦକ୍ଷିଣ ହରିୟାଣା-ମେୱାଟ ଚାଷୀଙ୍କୁ ଦିଲ୍ଲୀ ଅବରୋଧ କରିବାକୁ ପ୍ରସ୍ତୁତ ହେବାକୁ ନିବେଦନ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, ଏସକେଏମ ଶୀଘ୍ର ଦିଲ୍ଲୀକୁ ଘେରିବା ପାଇଁ ଡାକରା ଦେବ। ଦକ୍ଷିଣ ହରିୟାଣାରେ ଏପର୍ଯ୍ୟନ୍ତ ଘେରାଉ ହୋଇନାହିଁ | ଖୁବ୍ ଶୀଘ୍ର ଏହା କରାଯିବ | ଆମେ ସେପ୍ଟେମ୍ବର ୫ରେ ମୁଜାଫରନଗର ମହାପଞ୍ଚାୟତରେ ‘ମିଶନ ୟୁପି’ ଘୋଷଣା କରିବୁ | ସେପ୍ଟେମ୍ବର ୫ରେ ମୁଜାଫରନଗରରେ ହେବାକୁ ଥିବା ମହାପଞ୍ଚାୟତ ଦେଶର ସମସ୍ତ ଚାଷୀଙ୍କ ପାଇଁ ପରୀକ୍ଷା ହେବ।

ସମ୍ବନ୍ଧିତ ଖବର