କୃଷକ ଆନ୍ଦୋଳନକୁ ପୁରିବାକୁ ଯାଉଛି ୬ ମାସ: ମେ’ ୨୬ତାରିଖରେ ସାରା ଦେଶରେ କଳାଦିବସ ପାଳନ କରିବାକୁ କୃଷକ ନେତାଙ୍କ ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଶନିବାର ଦିନ କୁହାଯାଇଛି କି ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ ଯାଉଛି । ଏନେଇ ମେ ୨୬ ତାରିଖ ଦିନ ସାରା ଦେଶରେ କୃଷକମାନେ କଳା ଦିବସ ପାଳନ କରିବେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି କୃଷକ ନେତା ବଲବୀର ସିଂ ରାଜେବାଲ ଦେଶର କୃଷକମାନଙ୍କୁ ଆହ୍ୱାନ ଦେଇଛନ୍ତି କି ମେ ୨୬ ତାରିଖରେ କୃଷକମାନେ ନିଜ ଘରେ, ଗାଡିରେ ଓ ଦୋକାନରେ କଳା ପତାକା ଲଗାଇ କୃଷି ଆଇନକୁ ବିରୋଧ କରିବେ। ସେ ଆହୁରି କହିଛନ୍ତି କି ମେ ୨୬ ତାରିଖରେ କୃଷି ଆନ୍ଦୋଳନକୁ ୬ ମାସ ପୁରୁଥିବା ବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରକୁ ୭ ବର୍ଷ ପୁରୁଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରି ସାରା ଦେଶରେ କୃଷକମାନେ କଳା ଦିବସ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Farmers protest across India against laws liberalizing agricultural markets
NBC News

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ଆଇନକୁ ବିରୋଧ କରି ଦୀର୍ଘଦିନ ହେବ ଆନ୍ଦୋଳନରେ ବସିଛନ୍ତି କୃଷକ । ଏନେଇ ନଭେମ୍ବର ୨୬ ତାରିଖ ଦିନ ଆନ୍ଦୋଳନରତ କୃଷକମାନେ ଦିଲ୍ଲୀ ସୀମାକୁ ପଶିଥିଲେ । ଏଥିରେ ପୁଲିସ ତରଫରୁ ବି ସେମାନଙ୍କ ଉପରେ ପାଣିମାଡ ସହ ଲାଠିଚାର୍ଜ କରାଯାଇଥିଲା । ପୁଲିସର ବର୍ବରତା , କରୋନାର କରାଳ ରୂପ ଓ ସରକାରଙ୍କ ଉଦାସୀନତା ପରେ ବି କୃଷକମାନେ ଧର୍ଯ୍ୟର ସହ ଆନ୍ଦୋଳନ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର