ନୂଆଦିଲ୍ଲୀ : ସନାତନ ଧର୍ମ ହେଉଛି ଭାରତର ଜାତୀୟ ଧର୍ମ। ପ୍ରତି ନାଗରିକ ସନାତନ ଧର୍ମକୁ ସମ୍ମାନ ଦେବା ଉଚିତ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କହିଛନ୍ତି। ଯୋଗୀ କହିଛନ୍ତି, ଅତୀତରେ ଯେଉଁ ଧାର୍ମିକ ସ୍ଥଳଗୁଡ଼ିକୁ ଧ୍ବଂସ କରାଯାଇଛି କିମ୍ବା ନଷ୍ଟ ହୋଇଯାଇଛି ତାହାର ପୁନଃନିର୍ମାଣ ଏବଂ ପୁନରୁଦ୍ଧାର କରାଯିବା ଉଚିତ। ସନାତନ ଧର୍ମ ଭାରତର ‘ରାଷ୍ଟ୍ରୀୟ ଧର୍ମ’ ହୋଇଥିବାରୁ ଆମେ ଯେତେବେ‌ଳେ ସ୍ବାର୍ଥପରତାରୁ ଊର୍ଦ୍ଧ୍ବକୁ ଉଠୁ ସେ ସମୟ‌ରେ ଆମେ ଏହି ରାଷ୍ଟ୍ର ଧର୍ମ ସହ ଯୋଡ଼ି ହୋଇଯାଉ।

Advertisment

ଆମେ ଯେତେବେଳେ ରାଷ୍ଟ୍ରୀୟ ଧର୍ମ ସହ ଯୋଡ଼ିହୋଇଯାଉ ସେ ସମୟରେ ‌ଆମ ଦେଶ ସୁରକ୍ଷିତ ହୋଇଯାଏ। ରାଜସ୍ଥାନର ଭିନମଲରେ ନୀଳକଣ୍ଠ ମହାଦେବ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ଆଜି ଟିପ୍ପଣୀ ଦେଇଛନ୍ତି। ତେବେ ଯୋଗୀଙ୍କ ଏହି ବୟାନକୁ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ଯଦି ସନାତନ ଧର୍ମ ଭାରତର ରାଷ୍ଟ୍ରୀୟ ଧର୍ମ ତା’ହେଲେ ଇସ୍‌ଲାମ, ଶିଖ୍‌ ଏବଂ ଜୈନ ଧର୍ମ କ’ଣ ଶେଷ ହୋଇଯାଇଛି କି ?