ଲାଟୁର: ଚନ୍ଦନ କାଠ ଚୋରାଚାଲାଣ ଉପରେ ପର୍ଯ୍ୟବେଶିତ ତେଲଗୁ ଚଳଚ୍ଚିତ୍ର ପୁଷ୍ପାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ମହାରାଷ୍ଟ୍ରର ଲାଟୁର ଜିଲ୍ଲାରେ  ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଚନ୍ଦନକାଠ ଚୋରା ଚାଲାଣ ବେଳେ ଧରାପଡ଼ିଛି । ଚୋରା ଚାଲାଣ ହେଉଥିବା ୧୨.୦୮ ଲକ୍ଷ ଟଙ୍କାର ଚନ୍ଦନ କୁ ପୁଲିସ ଜବତ କରିଛି। ୧୫୨ କେଜି ଓଜନର ଏହି ଚନ୍ଦନ ଚୋରା ଚାଲାଣ ପାଇଁ ନିଆଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା। ଚନ୍ଦନ ଚୋରା ଚାଲାଣ କରୁଥିବା ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। 

Advertisment

ଏହି ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥର ଆଉସା ନିକଟରେ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)ର ଏକ ଟିମ୍ ଚଢ଼ଉ କରିଥିଲା। ଶନିବାର ରାତିରେ ଏସଟିଏଫ ଟିମ୍ ଏକ ସ୍ପୋର୍ଟସ ୟୁଟିଲିଟି ଭେଇକିଲ୍ (ଏସ୍ୟୁଭି)କୁ ଅଟକାଇଥିଲା। ଗାଡିକୁ ଯାଞ୍ଚ କରିବା ପରେ ପୁଲିସ ୧୨ ଲକ୍ଷ ୮ ହଜାର ଟଙ୍କା ମୂଲ୍ୟର ଚନ୍ଦନ ଜବତ କରିଥିଲା। ଏହାପରେ ଚନ୍ଦନ ଚୋରା ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା।
ଏହି ଘଟଣାରେ ବାର୍ଶୀ ଓ ଓସାର ୩୦ ଓ ୫୦ ବର୍ଷୀୟ ଦୁଇ ଜଣ ଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।