ନୂଆଦିଲ୍ଲୀ : ଗେଲ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଭାବେ ସନ୍ଦୀପ କୁମାର ଗୁପ୍ତା ସୋମବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ସେ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ଦେଶର ବିକାଶରେ ପ୍ରାକୃତିକ ଗ୍ୟାସ କ୍ଷେତ୍ରର ଯୋଗଦାନ ଉପରେ ସେ ଆଲୋକପାତ କରିଛନ୍ତି। ୨୦୩୦ ସୁଦ୍ଧା ଦେଶର ମୋଟ ଶକ୍ତିରେ ଗ୍ୟାସର ଯୋଗଦାନକୁ ୧୫ ପ୍ରତିଶତରେ ପହଞ୍ଚାଇବା ପାଇଁ ସରକାର ରଖିଥିବା ଲକ୍ଷ୍ୟ ସଂପର୍କରେ ସେ କର୍ମଚାରୀମାନଙ୍କୁ କହିଥିଲେ।
୧୯୮୪ ମସିହାରେ ଗେଲ୍ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଗେଲ୍ ୧୪୫୦୦ କିମିର ପାଇପଲାଇନ ପରିଚାଳନା କରୁବା ସହିତ ବାର୍ଷିକ ପ୍ରାୟ ୧୪ ନିୟୁତ ଟନ ଏଲଏନଜି ସଂଗ୍ରହ କରୁଛି। ଆଣବିକ ଶକ୍ତି ଯଥା ସୌର ଏବଂ ପବନ ଆଦି କ୍ଷେତ୍ରରେ ମଧ୍ୟ କମ୍ପାନିର ବିଶେଷ ଉପସ୍ଥିତି ରହିଛି। ଉଲ୍ଲେଖଯୋଗ୍ୟ ବାଣିଜ୍ୟରେ ସ୍ନାତକ ହାସଲ କରିଥିବା ଶ୍ରୀ ଗୁପ୍ତା ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆର ଫେଲୋ। ଗେଲ୍ରେ ଯୋଗଦେବା ପୂର୍ବରୁ ସେ ୨୦୧୯ ଅଗଷ୍ଟରୁ ଇଣ୍ଡିଆନ ଅଏଲରେ ଅର୍ଥ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଗ୍ୟାସ ଓ ତୈଳ ଶିଳ୍ପରେ ତାଙ୍କର ୩୪ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/CMDGAILShriSandeepKumarGupta.jpg)