ବିଜେପିରେ ଯୋଗଦେଲେ ସନ୍ଦୀପ ସିଂହ, ଯୋଗେଶ୍ବର ଦତ୍ତ

ନୂଆଦିଲ୍ଲୀ: ଅଲିମ୍ପିକରେ କାଂସ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ ଏବଂ ପୂର୍ବତନ ଭାରତୀୟ ହକି କ୍ୟାପ୍‌ଟେନ୍‌ ସନ୍ଦୀପ ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ଏ ଦୁହେଁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଅକାଳି ଦଳ ବିଧାୟକ ବଲ୍‌କୌର ସିଂହ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି। ହରିୟାଣା ବାସିନ୍ଦା ଅଲିମ୍ପିକ ବିଜେତା ଯୋଗେଶ୍ଵର ହରିୟାଣା ବିଜେପି ସଭାପତି ସୁଭାଷ ବରାଲଙ୍କୁ ଭେଟିଥିଲେ। ରାଜନୀତିରେ ପ୍ରବେଶ କରିବାକୁ ସେ ନିକଟରେ ହରିୟାଣା ରାଜ୍ୟ ସରକାରଙ୍କ ପୁଲିସ ବିଭାଗରୁ ଇସ୍ତଫା ଦେଇଥିଲେ। ପୂର୍ବତନ ହକି କ୍ୟାପ୍‌ଟେନ୍‌ ସନ୍ଦୀପ ୨୦୦୬ରେ ଗୁରୁତର ଆହତ ହୋଇ ଏବେ ହ୍ବିଲ୍‌ ଚେୟାରରେ ଅଛନ୍ତି।

ସମ୍ବନ୍ଧିତ ଖବର