ସମାଲୋଚକଙ୍କୁ ଜବାବ ଦେଲେ ଗର୍ଭବତୀ ସାନିଆ

ନୂଆଦିଲ୍ଲୀ: ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଖୁବ୍‌ଶୀଘ୍ର ମାଁ ହେବାକୁ ଯାଉଛନ୍ତି। ସାନିଆଙ୍କୁ ଏଥିପାଇଁ ସୋସିଆଲ ମିଡିଆରେ ବିଭିନ୍ନ ନକରାତ୍ମକ ପରାମର୍ଶ ମିଳୁଥିବାରୁ ଏ ନେଇ କ୍ଷୁବ୍ଧ ସାନିଆ ଏକ ବୟାନରେ କହିଛନ୍ତି ଗର୍ଭବତୀ ହେବା ଅର୍ଥ ୯ ମାସ ଧରି ଗଭୀର ନିଦରେ ଶୋଇ ରହିବା ନୁହେଁ। ଏହା କୌଣସି ଲଜ୍ଜାକର ଅବସ୍ଥା ନୁହେଁ। ଗର୍ଭ ଧାରଣ କରିବା ଏକ ସ୍ବାଭାବିକ ଅବସ୍ଥା ଏବଂ ସାଧାରଣ ମଣିଷ ଭଳି ଗର୍ଭବତୀଙ୍କୁ ଚଳିବା ପାଇଁ ଅନୁମତି ଥାଏ। ଯେଉଁମାନେ ମତେ ଏ ବାବଦରେ ବିଚିତ୍ର ପରାମର୍ଶ ଦେଉଛନ୍ତି, ସେମାନେ ଚିନ୍ତା କରନ୍ତୁ ଯେ ଏ ପୃଥିବୀକୁ ସେମାନେ କେଉଁଠୁ ଆସିଛନ୍ତି। ସେମାନେ ମା’ ଗର୍ଭରୁ ହିଁ ଆସିଛନ୍ତି ବୋଲି ନିଶ୍ଚିତ ଜାଣିପାରିବେ ବୋଲି ସାନିଆ କହିଛନ୍ତି।

ସମ୍ବନ୍ଧିତ ଖବର