ସାନିଆ ଗର୍ଭବତୀ ଥିବା ନେଇ ସୂଚନା ଦେଲେ ସୋସିଆଲ ମିଡିଆ ପୋଷ୍ଟିଂରେ

କନ୍ୟା ସନ୍ତାନର ଜନନୀ ହେବାକୁ ଇଚ୍ଛୁକ ସାନିଆ ନବଜାତକର ସାଙ୍ଗିଆ ରଖିବେ ‘ମିର୍ଜା ମଲ୍ଲିକ’

ନୂଆଦିଲ୍ଲୀ: ଭାରତୀୟ ‘ଟେନିସ୍‌ ସେନ୍‌ସେସନ୍‌’ ସାନିଆ ମିର୍ଜା ଏବେ ଗର୍ଭବତୀ ଥିବା ଏବଂ ଖୁବ୍‌ଶୀଘ୍ର ଏକ ସନ୍ତାନର ଜନନୀ ହେବାକୁ ଯାଉଥିବା ଏକ ସୋସିଆଲ ମିଡିଆ ଟୁଇଟରର ଏକ ପୋଷ୍ଟିଂରେ ସଙ୍କେତ ଆକାରରେ ସୂଚନା ଦେଇଛନ୍ତି। ନିଜ ଟୁଇଟର ପୋଷ୍ଟିଂରେ ସାନିଆ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଭର୍ଗବତୀ ଥିବା ଏବଂ ଏକ କନ୍ୟା ସନ୍ତାନର ଜନନୀ ହେବାକୁ ଇଚ୍ଛୁକ ଥିବା ପ୍ରକାଶ କରିବା ସହ ନବଜାତ ସନ୍ତାନର ସାଙ୍ଗଆକୁ ‘ମିର୍ଜା ମଲ୍ଲିକ’ ରଖିବାକୁ ଚାଡୁଁଥିବା ସଂପର୍କରେ ସୂଚନା ଦେଇଛନ୍ତି।


ସାନିଆଙ୍କ ଏହି ସାଙ୍କେତିକ ଟୁଇଟର ପୋଷ୍ଟିଂକୁ ନେଇ ସାନିଆ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ସାନିଆଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟିୟର ସୋହେବ ମଲ୍ଲିକ ମଧ୍ୟ ସମାନ ଢ଼ଙ୍ଗରେ ସୋସିଆଲ ମିଡିଆ ଟୁଇଟରରେ ଅନ୍ୟ ଏକ ସାଙ୍କେତିକ ପୋଷ୍ଟିଂ କରି ଏହାକୁ ନିଶ୍ଚିତ କରିଛନ୍ତି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବେ ସାନିଆ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ସେ ଓ ସୋହେବ ସେମାନଙ୍କର ଏକ କନ୍ୟା ସନ୍ତାନ ହେଉବୋଲି ଚାହୁଁଛନ୍ତି ଏବଂ ଉଭୟେ ସେମାନଙ୍କର ନବଜାତକର ସାଙ୍ଗିଆ ‘ମିର୍ଜା ମଲ୍ଲିକ’ ରଖିବାକୁ ଇଚ୍ଛୁକ। ଏସଂପର୍କରେ ନିଜ ପରିବାର ଆଗକୁ ବଢ଼ାଇବା ଆଗରୁ ଉଭୟେ ସାନିଆ ଓ ସୋହେବ ମିଳିତ ଭାବେ ନିଷ୍ପତ୍ତି ନେଇ ସରିଥିବା ସେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର