ହସ୍ପିଟାଲ୍ର ପରିମଳ କର୍ମଚାରୀ ଓ ସହାୟକମାନଙ୍କ କ୍ଷେତ୍ରରେ ଅଧିକ କରୋନା ସଂକ୍ରମଣର ଆଶଙ୍କା ରହିଛି: ଏମ୍ସ ସର୍ଭେ
ନୂଆଦିଲ୍ଳୀ: କରୋନା ଭାଇରସ୍ ପ୍ରତ୍ୟେକ ଲୋକ ପାଇଁ ଏକ ଭୟର କାରଣ ପାଲଟିଛି। ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବିଶେଷ କରି ହସ୍ପିଟାଲ୍ର ପରିମଳ କର୍ମଚାରୀ ଓ ରୋଗୀଙ୍କ ସହାୟକମାନେ ସର୍ବାଧିକ ଭାବେ କୋଭିଡ୍-୧୯ ସଂକ୍ରମଣର ଶିକାର ହେଉଛନ୍ତି।
‘ହେଲ୍ଥ କେୟାର ୱାର୍କସ ଏକ୍ସପୋଜ୍ଡ ଟୁ କୋଭିଡ୍-୧୯ କେସେସ୍ ଏଭିଡେନ୍ସ ଫ୍ରମ୍ ଏ ଟେରିଟୋରି ହେଲ୍ଥ କେୟାର୍ ସେଣ୍ଟର୍ ଇନ୍ ଇଣ୍ଡିଆ’ ଶୀର୍ଷକରେ ହୋଇଥିବା ଏହି ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏପ୍ରିଲ୍ ୧୧ରୁ ଜୁନ୍ ୮ ତାରିଖ ମଧ୍ୟରେ ଏମସରେ ସମୁଦାୟ ୩୨୧ଟି ପଜିଟିଭ୍ ମାମଲା ରିପୋର୍ଟ ହୋଇଛି।
କରୋନା ପଜିଟିଭ୍ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ପରିମଳ କର୍ମଚାରୀ ସର୍ବାଧିକ ୩୫.୩ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭.୨ ପ୍ରତିଶତ ନର୍ସ ଓ ୧୩.୩ ପ୍ରତିଶତ ସୁରକ୍ଷା କର୍ମୀ କରୋନା ପଜିଟିଭ୍ ବୋଲି ଜାଣିବାକୁ ମିଳିଥିଲା।

ମାତ୍ର ୧୨ ପ୍ରତିଶତ ଡାକ୍ତର ଏବଂ ଲାବୋରେଟୋରୀ କର୍ମଚାରୀମାନେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫.୫ ପ୍ରତିଶତ ପ୍ରଶାସନିକ କର୍ମଚାରୀ ଓ ଅନ୍ୟାନ୍ୟ ଶ୍ରମିକ ସଂକ୍ରମିତ ଚିହ୍ନଟ ହୋଇଥିଲେ।
ଏହି ଗବେଷଣାରେ ସାମିଲ୍ ଥିବା ଜଣେ ଗବେଷକଙ୍କ କହିବାନୁସାରେ, ‘ପରିମଳ କର୍ମଚାରୀ ଏବଂ ୱାର୍ଡବୟମାନଙ୍କୁ ନିମ୍ନମାନର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ କିଟ୍) ପ୍ରଦାନ କରାଯାଉଥିବା କାରଣରୁ ସେମାନଙ୍କ ମଧ୍ୟରୁ ବେଶି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।