ମୁମ୍ବାଇ: ମହାରାଷ୍ଟ୍ର  ବିଧାନସଭା  ନିର୍ବାଚନ  ପାଇଁ ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ସେଠାରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ସବୁଦଳ ପୂରା ଦମ ରେ ଲାଗିବା ସହ ରାଲି ଏବଂରୋଡ଼  ସୋ’ ଜରିଆରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି।

Advertisment

Image result for aditya thakre image source-indiatvnews

ଏଭଳି ସମୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପ୍ରଥମ  ଥର  ପାଇଁ  ପ୍ରାର୍ଥୀ ହୋଇଥିବା ଶିବସେନା  ମୁଖ୍ୟ  ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ସମର୍ଥନ କରୁଥିବାର ଦେଖିବାକୁ  ମିଳିଛି  । ସେ ଆଦିତ୍ୟଙ୍କର ଶୁଭ ମନାସି ସୋସିଆଲ ମିଡିଆରେ ଏକ ଭିଡିଓ ସେଆର୍ କରିଛନ୍ତି । ସେଥିରେ ସଂଜୟ  କହିଛନ୍ତି  ‘ ଆଦିତ୍ୟ ଠାକରେ ମୋର ସାନଭାଇ  ଭଳି।  ବାଲାସାହେବ  ଠାକରେଙ୍କ ପରିବାର  ମୋତେ  ବଡ଼  ସହଯୋଗ  କରିଛନ୍ତି । ସେ ମୋର ବାପା ଭଳି, ମୁଁ ତାଙ୍କୁ କେବେ ଭୁଲିପାରିବି  ନାହିଁ  ମୋର ବିଶ୍ୱାସ  ଆଦିତ୍ୟ ଖୁବ୍ ବଡ଼ ବ୍ୟବଧାନରେ  ନିର୍ବାଚନ ଜିତିବେ।’

ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ଯେ  ସଞ୍ଜୟ ଦତ୍ତ ଖୁବ୍ ଶୀଘ୍ର ରାଜନୀତିରେ ସକ୍ରିୟ ହୋଇପାରନ୍ତି।