ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବପ୍ରବଣ ହେଲେ ସଂଜୟ ଦତ୍ତ

ମୁମ୍ବାଇ : ସଂଜୟ ଦତ୍ତଙ୍କ ପିତା ତଥା ମହାନ ଅଭିନେତା ସୁନୀଲ ଦତ୍ତଙ୍କ ପରଲୋକ ହେବାର ୧୩ ବର୍ଷ ବିତିଯାଇଛି। ୨୫ ମେ, ୨୦୦୫ରେ ହୃଦ୍‌୍‌ଘାତରେ ସୁନୀଲଙ୍କ ପରଲୋକ ଘଟିଥିଲା। ଆଜି ଶ୍ରାଦ୍ଧବାର୍ଷିକୀରେ ସଂଜୟ ପିତାଙ୍କ ସହ ତାଙ୍କର କେତେକ ପୁରୁଣା ଫଟୋ ପୋଷ୍ଟ କରିବା ସହ ପିତାଙ୍କ ସ୍ମୃତିଚାରଣ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସଂଜୟ କହିଛନ୍ତିି ଯେ ମୋ ପିତା ମତେ ଜଣେ ସ୍ୱାଧୀନ ମଣିଷ ଭାବେ ଦେଖିବାକୁ ଚାହୁଁଥିଲେ ଏବଂ ଜୀବନର ଅସଲ ମୂଲ୍ୟବୋଧ ବୁଝାଉଥିଲେ। ମୁଁ ମଧ୍ୟ ମୋର ସନ୍ତାନଙ୍କ କ୍ଷେତ୍ରରେ ତାହା ପାଳନ କରୁଛି ଏବଂ ପିଲାଙ୍କୁ ମୋ ଭଳି ନକରିବାକୁ ଭଗବାନଙ୍କଠାରେ ପ୍ରାର୍ଥନା କରୁଛି । ଏହା ପ୍ରକାଶ କରିବା ପରେ ସଂଜୟଙ୍କ ଆଖିରେ ଲୁହ ଆସିଯାଇଥିଲା।

ସମ୍ବନ୍ଧିତ ଖବର