ପୁଣି କଂଗ୍ରେସକୁ ଚେତାବନୀ ଦେଲେ ବରିଷ୍ଠ ନେତା ସଂଜୟ ନିରୂପମ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ଅଚଳାବସ୍ଥା ରହିଥିବା ବେଳେ ପୁଣି ଥରେ ପୂର୍ବତନ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ସଂଜୟ ନିରୂପମ ଏକ ବଡ଼ ବୟାନ ଦେଇଛନ୍ତି ।
ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଏବଂ ଏନସିପି ସହ ମିଶି ସରକାର ଗଠନର ଉଦ୍ୟମରେ ଲାଗିପଡିଥିବା ବେଳେ ସେ ଏହାକୁ ବିରୋଧ କରିଛନ୍ତି । ସଂଜୟ ନିରୂପମ କହିଛନ୍ତି ବର୍ଷେ ପୂର୍ବରୁ କଂଗ୍ରେସ ଉତ୍ତରପ୍ରଦେଶରେ ବିଏସପି ସହ ମେଣ୍ଟ କରି ଯେଉଁ ବଡ଼ ଭୁଲ୍ କରିଥିଲା,ପୁଣି ଥରେ ସେଭଳି ଭୁଲ ମହାରାଷ୍ଟ୍ରରେ ନ କରୁ ।

କଂଗ୍ରେସ ସେତେବେଳେ ବିଏସପି ସହ ମେଣ୍ଟ କରି ଏଭଳି ଅବସ୍ଥାକୁ ଆସିଲା ଯେ, ବର୍ତ୍ତମାନ ବି ସେଠାରେ ନିଜର ସ୍ଥିତି ଜାହିର କରିପାରୁନି । ମହାରାଷ୍ଟ୍ରରେ ମଧ୍ୟ ଦଳ ସେହି ଭୁଲ୍ କରିବାକୁ ଯାଉଛି । ଶିବସେନାରେ ତୃତୀୟ ନମ୍ବରର ଦଳ ବନିବା କଂଗ୍ରେସ ପାଇଁ ମାଟିରେ ପୋତି ହେବା ଭଳି । କଂଗ୍ରେସ ଅଧ୍ୟକ୍ଷା କୌଣସି ଚାପରେ ନ ଆସି ଏଭଳି ନିଷ୍ପତ୍ତି ନ ନେବାକୁ କହିଛନ୍ତି ।

image source- India Today

ସେ ତାଗିଦ କରିଛନ୍ତି ଯଦି ଶିବସେନା ସହ ମେଣ୍ଟ ହୁଏ ,ତେବେ କଂଗ୍ରେସ ମହାରାଷ୍ଟ୍ରରେ ଖତମ୍ ହୋଇଯିବ। କିନ୍ତୁ ବରିଷ୍ଠ ନେତା ସଂଜୟ ନିରୂପମଙ୍କ ଏହି ଚେତାବନୀକୁ ଦଳ ଗ୍ରହଣ କରିନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର