ନୂଆଦିଲ୍ଲୀ: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଗୋପନ ସାକ୍ଷାତ ଖବରକୁ ଖଣ୍ଡନ କରିଛନ୍ତି ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଂଜୟ ରାଉତ । ସେ  କହିଛନ୍ତି ଯେ ବିଜେପି ସହିତ ଯିବା ଔରଙ୍ଗଜେବ ଏବଂ ଅଫଜଲ ଖାଁଙ୍କ ସହ ହାତ ମିଳାଇବା ସହ ସମାନ । ଆଶ୍ଚର୍ଯ୍ୟର କଥା ଯେ କଂଗ୍ରେସ ନେତାମାନେ ମଧ୍ୟ ସମାନ ପ୍ରକାରର ଦାବି କରୁଛନ୍ତି। 

Advertisment

ଶିବସେନା କେବଳ ସଂଘର୍ଷ କରିଆସିଛି । ବିଜେପି ଆମ ନେତାମାନଙ୍କୁ ଜେଲରେ ରଖିଥିଲା, ସେମାନେ ଆମ ଦଳକୁ ଓ ଆମ ସରକାରକୁ ଭାଙ୍ଗି ଦେଇଥିଲେ। ଏପରିକି ସେମାନେ ଆମ ଦଳୀୟ ଚିହ୍ନ ମଧ୍ୟ ଚୋରି କରି ନେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ମହାରାଷ୍ଟ୍ରକୁ ବିଶ୍ବାସଘାତକମାନଙ୍କ ତାହରେ ଟେକି ଦେଇଥିଲେ : ସଂଜୟ ରାଉତ

ସେ କହିଛନ୍ତି, ଶିବସେନା କେବଳ ସଂଘର୍ଷ କରିଆସିଛି । ବିଜେପି ଆମ ନେତାମାନଙ୍କୁ ଜେଲରେ ରଖିଥିଲା, ସେମାନେ ଆମ ଦଳକୁ ଭାଙ୍ଗି ଦେଇଥିଲେ ଏବଂ ଆମ ସରକାରକୁ ଭାଙ୍ଗି ଦେଇଥିଲେ। ଏପରିକି ସେମାନେ ଆମ ଦଳୀୟ ଚିହ୍ନ ମଧ୍ୟ ଚୋରି କରି ନେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ମହାରାଷ୍ଟ୍ରକୁ ବିଶ୍ବାସଘାତକମାନଙ୍କ ତାହରେ ଟେକି ଦେଇଥିଲେ । ଆମେ ଏହି ଯନ୍ତ୍ରଣା ସହ ଲଢ଼େଇ ଜାରି ରଖିଛୁ ବୋଲି ରାଉତ କହିଛନ୍ତି। 
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଅମିତ ଶାହାଙ୍କ ସହ ସଞ୍ଜୟ ରାଉତଙ୍କ ଗୋପନ ସାକ୍ଷାତକୁ ନେଇ ମହାରାଷ୍ଟ୍ର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ମହାବିକାଶ ଆଘାଡିର ଦଳର ନେତାମାନେ ମଧ୍ୟ ଖୋଲାଖୋଲି ଏ ସଂପର୍କରେ କହୁନଥିଲେ ବି ନିଜ ନିଜ ମଧ୍ୟରେ ଏ ନେଇ ଆଲୋଚନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ ଚର୍ଚ୍ଚାକୁ ଦୃଷ୍ଟିରେ ରଖି ଏବେ ନିଜେ ସଞ୍ଜୟ ରାଉତ ଆଗେଇ ଆସି ଏହି ବୈଠକକୁ ଗୁଜବ ବୋଲି ଖଣ୍ଡନ କରିଛନ୍ତି।