ମୁମ୍ବାଇ : ମହାରାଷ୍ଟ୍ର ମୁ୍ଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଗତକାଲି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ଗତକାଲି ୩୬ ନୂଆ ମନ୍ତ୍ରୀ ସାମିଲ ହୋଇଥିଲେ। ତେବେ ମନ୍ତ୍ରିମଣ୍ଡଳରୁ କଂଗ୍ରେସ ଏବଂ ଶିବସେନାର ଅନେକ ପୁରୁଖା ନେତା ବାଦ୍ ପଡ଼ିଥିବାରୁ ଉଭୟ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦଳର ବିଶ୍ବସ୍ତ ନେତାମାନଙ୍କୁ ଅଣଦେଖା କରାଯାଇଛି। ୬ କଂଗ୍ରେସ ବିଧାୟକ ତଥା ଚଭନ, ନସିମ ଖାନ୍, ପ୍ରଣିତି ସିନ୍ଦେ, ସଂଗ୍ରାମ ଥୋପ୍ତେ, ଅମିନ ପଟେଲ ଏବଂ ରୋହିଦାସ ପାଟିଲ୍ ଗତକାଲି ସନ୍ଧ୍ୟାରେ ଦଳର ବରିଷ୍ଠ ନେତା ମଲିକାର୍ଜୁନ ଖଡ଼ଗେଙ୍କୁ ସାକ୍ଷାତ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ମଧ୍ୟ ମହରାଷ୍ଟ୍ରର କିଛି କଂଗ୍ରେସ ମନ୍ତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ମଲିକାର୍ଜୁନ ଖଡ଼ଗେ ଏବଂ କେସି ବେଣୁଗୋପାଳ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିବା ଜଣାପଡ଼ିଛି। ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି।
ତେବେ ଖାଲି କଂଗ୍ରେସ ନୁହେଁ ଶିବସେନାରେ ମଧ୍ୟ ମନ୍ତ୍ରିପଦକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଉଦ୍ଧବ ଯେଉଁ ୧୨ ଜଣଙ୍କୁ ମନ୍ତ୍ରୀପଦ ଦେଇଛନ୍ତି ସେଥିନେଇ ଅସନ୍ତୋଷ ଦେଖାଦେଇଛି। ଜଶିବସେନା ବିଧାୟକ ତନାଜୀ ସାୱନ୍ତ, ସୁନିଲ ପ୍ରଭୁ ଏବଂ ଭାସ୍କର ଯାଦବ ମନ୍ତ୍ରୀପଦକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ସେମାନେ ଗତକାଲିର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ନଥିଲେ। ବରିଷ୍ଠ ଶିବସେନା ନେତା ସଂଜୟ ରାଉତ ମଧ୍ୟ ତାଙ୍କ ଭାଇ ସୁନିଲ ରାଉତଙ୍କୁ ମନ୍ତ୍ରୀପଦ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିବା ଜାଣିବାକୁ ମିଳିଛି। ଗତକାଲି ସେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିବାରୁ ସୁନିଲଙ୍କୁ ମନ୍ତ୍ରୀପଦ ନମିଳିବା ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଛି। କିନ୍ତୁ ସୁନୀଲ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁନୀଲ ମଧ୍ୟ ନିଜେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଆଜି ଶିବସେନାର ପତ୍ରିକା ‘ସାମ୍ନା’ରେ ସମ୍ପାଦକୀୟ ପ୍ରକାଶ କରି ସ୍ପଷ୍ଟ କରାଯାଇଥିଲା ଯେ ଶିବସେନା ନେତୃତ୍ବାଧୀନ ମେଣ୍ଟକୁ ସମର୍ଥନ କରିଥିବା ସ୍ବାଧୀନ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାପାଇଁ ବାସ୍ତବ ଶିବ ସୈନିକମାନେ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଛି।
ଇସ୍ତଫା ଦେଲେ ଏନ୍ସିପି ବିଧାୟକ
ଔରଙ୍ଗାବାଦ୍ : ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ମହାରାଷ୍ଟ୍ରର ବିଡ୍ ଏନ୍ସିପି ବିଧାୟକ ପ୍ରକାଶ ସୋଲାଙ୍କେ ଇସ୍ତଫା ଦେଇଛନ୍ତି। ସୋଲାଙ୍କେ ଗତକାଲି ରାତିରେ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ। ନିଜକୁ ରାଜନୀତି କରିବାପାଇଁ ଅଯୋଗ୍ୟ ବୋଲି କହି ସୋଲାଙ୍କେ ଇସ୍ତଫା ଦେଇଛନ୍ତି। ମଜଲଗାଓଁ ଆସନରୁ ୪ ଥର ନିର୍ବାଚନ ଜିତିଥିବା ସୋଲାଙ୍କେ କହିଛନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳର ସ୍ଥାନ ନପାଇବା ସହ ତାଙ୍କ ଇସ୍ତଫାର କୌଣସି ସମ୍ବନ୍ଧ ନାହିଁ। ବିଧାୟକ ଜଣଙ୍କ ପୁଣିଥରେ କହିଛନ୍ତି ଯେ ସେ ତାଙ୍କ ଦଳରେ କୌଣସି ନେତାଙ୍କ ସହ ଅପ୍ରସନ୍ନ ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/sanjay-raut-5.jpg)