ମହାରାଷ୍ଟ୍ର ରାଜନୀତିରେ ଝଡ: ବିଜେପିର ନେତା ଦେବେନ୍ଦ୍ର ଫଡନବିସଙ୍କୁ ଶିବସେନା ମୁଖପାତ୍ର ସଂଜୟ ରାଉତ ଭେଟିବା ପରେ ତେଜିଲା ବିବାଦ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଝଡ । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ମହାରାଷ୍ଟ୍ର ରାଜନୀତି ଏହାକୁ ନେଇ କଡଲେଉଟାଇବା କଥା ଚର୍ଚା ହେଉଛି । ସାକ୍ଷାତକାର ପରେ ଚର୍ଚ୍ଚା ହେଉଛି ଯେ, ଏନଡିଏ ମେଣ୍ଟକୁ ଫେରିବାକୁ ଶିବସେନା ଉଦ୍ୟମ କରିବ କି?

ଏନଡିଏର ପୁରୁଣା ସହଯୋଗୀ ପଞ୍ଜାବର ଅକାଳୀ ଦଳ ଏନଡିଏରୁ ବାହାର ହୋଇଯାଇଛି । ଏପରି ସମୟରେ ଫଡନବିସଙ୍କ ସହ ସାକ୍ଷାତ କରିଛନ୍ତି ସଂଜୟ ରାୱତ । ସୁଶାନ୍ତ ସିଂ ରାଜପୁତ୍ ଙ୍କ ହତ୍ୟା ମାମଲା, ବଲିଉଡରେ ଡ୍ରଗ୍ସ କାରବାର ଏବଂ କଙ୍ଗନା ରଣାୱତଙ୍କ କୋଠା ଭାଙ୍ଗିବା ପରି ଘଟଣାରେ ମହାରାଷ୍ଟ୍ର ସରକାର ଏବେ ଚର୍ଚାରେ ରହିଥିବା ବେଳେ ଏସବୁ ଭିତରେ ଫଡନବିସଙ୍କୁ ଦେଖା କରିଛନ୍ତି ସଂଜୟ ରାୱତ ।

Devendra Fadnavis, Sanjay Raut meet at luxury hotel; not political, says  BJP | India News - Times of India
Times of India

ଏହାକୁ ନେଇ ସଂଜୟ କହିଛନ୍ତି ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି । କାହାକୁ ଭେଟିବା ଅପରାଧ ନୁହେଁ । ତେବେ ସାମନା ପତ୍ରିକା ପାଇଁ ସାକ୍ଷାତକାର ନେବାକୁ ଫଡନବିସଙ୍କୁ ସେ ଭେଟିଥିବା ସଫେଇ ଦେଇଛନ୍ତି । ମହାରାଷ୍ଟ୍ର ରାଜନୀତିରେ ଏହି ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଶା କରାଯାଉଛି ସଂଜୟ ରାଉତ ଓ ଦେବେନ୍ଦ୍ର ଫଡନବିସଙ୍କ ସାକ୍ଷାତକାର ଜାତୀୟ ରାଜନୀତିରେ ଅଙ୍କ ବଦଳାଇପାରେ ।

ସମ୍ବନ୍ଧିତ ଖବର