ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ସଂସଦରେ ଶିବସେନା ପାଇଁ ବିରୋଧୀ ଦଳରେ ଆସନ ବ୍ୟବସ୍ଥା ହୋଇଥିବାରୁ ଆଜି ଶିବସେନା ଏହାର ପ୍ରତିବାଦ କରିଛି। ଆମେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଓହରି ଆସିଥିଲେ ମଧ୍ୟ ଏନ୍ଡିଏରୁ ଓହରି ନାହୁଁ ଏବଂ ଏନ୍ଡିଏ ଛାଡ଼ିବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ବୋଲି ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି। ବିରୋଧୀ ଦଳରେ ଶିବସେନା ପାଇଁ ଆସନ ବ୍ୟବସ୍ଥା କରାଯିବା ଆମ ପାଇଁ ଅପମାନ ଏବଂ ଏହି ନିଷ୍ପତ୍ତି ବଦଳିବା ଆବଶ୍ୟକ ବୋଲି ଦାବି କରି ରାଉତ ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କୁ ପତ୍ର ଲେଖିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସୁପାରିସ୍ ପରେ ଏହି ଆସନ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି। ଶିବସେନା ମହାରାଷ୍ଟ୍ରରେ ବିଜେପି ସହିତ ସଂପର୍କ ତୁଟାଇ କଂଗ୍ରେସ-ଏନ୍ସିପି ସହିତ ମେଣ୍ଟ ପାଇଁ ଆଲୋଚନା କରିବା ଏବଂ କେନ୍ଦ୍ର ସରକାରରୁ ଓହରିଯିବା ପରେ ସଂସଦରେ ଶିବସେନାର ଆସନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା।
ସଂସଦରେ ଆସନ ବଦଳିବାରୁ ଶିବସେନା କ୍ଷୁବ୍ଧ
‘ଆମେ ଏନ୍ଡିଏରୁ ଓହରି ନାହୁଁ’ ଉପ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ସଂଜୟ ରାଉତ
/sambad/media/post_attachments/wp-content/uploads/2019/11/sanjay-rout.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)