ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରମାଗତଭାବେ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରାଣାୱତ ନ୍ୟାୟ ଦାବି କରି ଆରମ୍ଭରୁ ନିଜର ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଏ ଭିତରେ କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଛି | ମୁମ୍ବାଇ ପୁଲିସ ବିଷୟରେ କଙ୍ଗନାଙ୍କ ବିବୃତି ପରେ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ, ଯଦି କଙ୍ଗନାଙ୍କର ମୁମ୍ବାଇ ପୁଲିସ ଉପରେ ଭରସା ନାହିଁ ଓ ମୁମ୍ବାଇରେ ରହିବାକୁ ଡରୁଛନ୍ତି ତେବେ ସେ ଆଉ ମୁମ୍ବାଇ ଫେରିବା ଉଚିତ୍ ନୁହେଁ। ଯାହା ଉପରେ ବର୍ତ୍ତମାନ କଙ୍ଗନା ନିଜର ବୟାନ ରଖିଛନ୍ତି।
କଙ୍ଗନା ରାଣାୱତ ନିଜ ଜବାବରେ ଟୁଇଟ୍ କରି କହିଛନ୍ତି, ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ମୁଁ ମୁମ୍ବାଇକୁ ଫେରିବା ଉଚିତ ନୁହେଁ। ପ୍ରଥମେ ମୁମ୍ବାଇ ରାସ୍ତାରେ ସ୍ୱାଧୀନତାର ସ୍ଲୋଗାନ ଦିଆଯାଇଥିଲା ଏବଂ ବର୍ତ୍ତମାନ ଖୋଲା ଧମକ ଆସୁଛି। ଏବେ ମୁମ୍ବାଇ କାହିଁକି ପାକିସ୍ତାନ ଅଧିକୃତ କଶ୍ମୀର କଶ୍ମୀର ପରି ଲାଗୁଛି?
Sanjay Raut Shiv Sena leader has given me an open threat and asked me not to come back to Mumbai, after Aazadi graffitis in Mumbai streets and now open threats, why Mumbai is feeling like Pakistan occupied Kashmir? https://t.co/5V1VQLSxh1
— Kangana Ranaut (@KanganaTeam) September 3, 2020
ସୂଚନା ମୁତାବକ, କଙ୍ଗନା ରାଣାୱତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ କମିସନର ଏବଂ ମୁମ୍ବାଇ ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ , ଯାହାକୁ ନେଇ ଏବେ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି।