ଉପରାଷ୍ଟ୍ରପତିଙ୍କୁ ସଂଜୟ ରାଉତଙ୍କ ଚିଠି, ଇଡି ଧମକ ଦେଉଛି

ମୁମ୍ବାଇ: ଶିବସେନା ସାଂସଦ ସଂଜୟ ରାଉତ ଆଜି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କ ପାଖକୁ ଏକ ଚିଠି ଲେଖି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇଡି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ଯାତନା ଦେଉଛି ଏବଂ ହଇରାଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ସହଯୋଗ କରିବାକୁ ସଂଜୟ ରାଉତ ମନା କରିଦେବାରୁ ଇଡି ଦ୍ବାରା ନିର୍ଯାତନାର ଶିକାର ହେବାକୁ ପଡ଼ିଛି ବୋଲି ସେ କହିଛନ୍ତି। ରାଉତ ଅଭିଯୋଗ କରିଛନ୍ତି, କିଛି ଲୋକ ତାଙ୍କୁ ସରକାର ଭାଙ୍ଗିବା‌‌ରେ ସହଯୋଗ କରିବାକୁ କହିଥିଲେ। ରାଉତ ଏମିତି କିଛି କାମ କଲେ ରାଜ୍ୟରେ ପୁଣିଥରେ ନିର୍ବାଚନ ଭଳି ପରିସ୍ଥିତି ସୃଷ୍ଟି କରିବାକୁ ସେମାନେ ଚାହିଥିଲେ। ରାଉତ କହିଛନ୍ତି, ମୁଁ ଭୟ କରୁନି କି ମୁଁ ଆଦୌ ମୁଣ୍ଡ ନୁଆଁଉନି। ଲଗାତାର ଭାବେ ମୁଁ ସତ କହିବା ଜାରି ରଖିବି ବୋଲି ସେ କହିଛନ୍ତି। ରାଉତ କହିଛନ୍ତି, ଆଲିବାଗରେ ତାଙ୍କ ପରିବାରର ଗୋଟିଏ ଏକର ଜମି ଅଛି। ୧୭ ବର୍ଷ ପୂ‌ର୍ବେ ଏହି ଜମି କିଣାଯାଇଥିଲା। ତେବେ ଏହି ଜମି ଯିଏ ବିକିଥିଲେ ଇଡି ଏବେ ତାଙ୍କୁ ହଇରାଣ କରୁଛି ବୋଲି ରାଉତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର