ମୋଦୀଙ୍କୁ ଗବ୍ବର ସିଂ ସହ ତୁଳନା କରି ବିବାଦରେ ସଂଜୟ ସିଂ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ପୁଣି ଥରେ ଏକ ବିବାଦରେ ଫସିଯାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋଲେ ଚଳଚ୍ଚିତ୍ରର କୁଖ୍ୟାତ ଡାକୁ ଗବ୍ବର ସିଂ ସହ ତୁଳନା କରିଛନ୍ତି ।

ଆଜି ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନକୁ ଟାର୍ଗେଟ କରି ସେ କହିଛନ୍ତି, ସମସ୍ତ ଦୁର୍ନୀତିଗ୍ରସ୍ତ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ ଯଦି କେହି ବିକାଶ ମୂଳକ କାର୍ଯ୍ୟ ବନ୍ଦ କରିବା ର କାମ କରିଛନ୍ତି ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ସେ ଯେତେବେଳେ ଦୁର୍ନୀତି କଥା କହୁଛନ୍ତି, ସେତେବେଳେ ଲାଗୁଛି ଯେମିତି ଡାକୁ ଗବ୍ବର ସିଂ ନୀତିବାଣୀ ଶୁଣାଉଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ରାଲିରେ ଆପ୍ କୁ ଟାର୍ଗେଟ କରିଥିଲେ। ଏହି ସୁଯୋଗବାଦୀ ମେଣ୍ଟ ତୁଷ୍ଟୀକରଣ ପାଇଁ ଦେଶରେ ହିଂସା ମଧ୍ୟ ପ୍ରସାର କରିପାରେ ବୋଲି ସେ କହିଥିଲେ। ମନେରଖନ୍ତୁ, ଯେତେବେଳେ ସିଏଏ ଆଇନ ଆସିଲା, ସେମାନେ ଦିଲ୍ଲୀକୁ ମାସ ମାସ ଧରି ବନ୍ଧକ ରଖିଥିଲେ ବୋଲି ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଏକ ରାଲିରେ କହିଛନ୍ତି, ଆପଣ ଜି-୨୦ ସମ୍ମିଳନୀ ସମୟରେ ଦେଖିଛନ୍ତି ଯେ କିପରି ବିଶ୍ୱର ଶୀର୍ଷ ନେତାମାନେ ଦିଲ୍ଲୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଜି ଏଠାରେ ଭାରତ ମଣ୍ଡପମ୍ ଓ ଯଶୋଭୂମି ଭଳି ଆଧୁନିକ ସମ୍ମିଳନୀ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ନୂଆ ସଂସଦ ଭବନ ଆମ ର ଗର୍ବକୁ ବଢାଉଛି ।

 

ସମ୍ବନ୍ଧିତ ଖବର