ଲଖନଉ: ଆଗାମୀ ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେ ବିଭିନ୍ନ ଦଳର ନେତାମାନଙ୍କ ଭେଟଘାଟ ରାଜନୀତି ପାଣିପାଗକୁ ସରଗରମ କରିଛି | ଆଜି ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। କୁହାଯାଉଛି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ |
ଗତକାଲି ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ କହିଥିଲେ ଯେ ସମାଜବାଦୀ ପାର୍ଟିର ଏତେ ଅସହାୟ ହୋଇପଡିଛି ଯେ ଛୋଟ ଛୋଟ ଦଳ ସହ ମିଶି ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଲଢ଼ିବ । ସେ କହିଛନ୍ତି ଯେ ସମାଜବାଦୀ ପାର୍ଟି ଏହା କରିବାକୁ ବାଧ୍ୟ ହୋଇଛି କାରଣ ଦେଶର ଅଧିକାଂଶ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ସହ ଲଢ଼ିବାକୁ ଚାଁହୁନାହାନ୍ତି |
ମାୟାବତୀ ଟୁଇଟ୍ରରେ ଲେଖିଛନ୍ତି, 'ସମାଜବାଦୀ ପାର୍ଟି ଅତ୍ୟନ୍ତ ସ୍ୱାର୍ଥପର, ବିଶେଷକରି ଦଳିତ ବିରୋଧୀ ଚିନ୍ତାଧାରା ଏବଂ କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା। ତେଣୁ ଦେଶର ବଡ ବଡ ପାର୍ଟି ଏହା ସହ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି | ସୂଚନା ଥାଉ କି ଯେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କିଛି ଦିନ ତଳେ କହିଥିଲେ ଯେ ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଛୋଟ ଦଳ ସହିତ ମିଶି ନିର୍ବାଚନ ଲଢ଼ିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/thequint_2021-07_e3c22e53-301e-4be2-ad90-5ae688586745_quint_hindi_2021_07_c1f86a38_fa2e_4b6e_9143_45b140353723_WhatsApp_Image_2021_07_03_at_13_43_21__1_.jpeg)