ମୁମ୍ବାଇ : ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିବାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି  ଏନସିପି ସୁପ୍ରିମୋ ଶରଦ ପାଓ୍ବାର।

Advertisment

ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, “ ମୁଁ ଅନୁଭବ କରୁଛି ଯେ ରାଜନୀତିରେ ଯେତେବେଳେ ବିରୋଧୀଙ୍କ ବିରୋଧରେ କିଛି ପ୍ରମାଣ ମିଳେ ନାହିଁ, ସେତେବେଳେ ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦୁରୁପଯୋଗ ହୋଇଥାଏ। ଏହା ବିରୋଧରେ ଲୋକମାନେ କୌଣସି ନା କୌଣସି ସମୟରେ ସରକାରଙ୍କୁ ଉଚିତ ଶିକ୍ଷା ଦେବେ। ସରକାରଙ୍କ ଏହି ପଦକ୍ଷେପ ଇଣ୍ଡିଆ ମେଣ୍ଟକୁ ସୁଦଢ କରିବ ବୋଲି ସେ କହିଛନ୍ତି ।

ସଂଜୟଙ୍କୁ ବୁଧବାର ତାଙ୍କ ନର୍ଥ ଆଭେନ୍ୟୁ ସ୍ଥିତ ବାସଭବନରେ ଅନେକ ଘଣ୍ଟାର ଚଢ଼ାଉ ଓ ପଚରାଉଚରା ପରେ ଇଡି ଗିରଫ କରିଥିଲା। କିଛି ମଦ ଡିଲରଙ୍କୁ ଫାଇଦା ଦେବା ପାଇଁ ଲାଞ୍ଚ ନିଆଯାଇଥିବା ଇଡି ଅଭିଯୋଗ କରିଛି। ଗୁରୁବାର ତାଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଯାଇଥିଲା ।

ଏହି ମାମଲାର ଶୁଣାଣି ସମୟରେ ସଞ୍ଜୟ ସିଂହ କୋର୍ଟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହାରିବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଲୋକମାନେ ଏପରି କରୁଛନ୍ତି। ସିଂଙ୍କ ପକ୍ଷରୁ ଓକିଲ ମୋହିତ ମାଥୁର କହିଛନ୍ତି ଯେ କେଉଁ ଆଧାରରେ ତାଙ୍କୁ ଗିରଫ କରାଯାଇଛି ତାହା କୁହାଯିବା ଉଚିତ। ଆମକୁ ରିମାଣ୍ଡ ପେପର ଦିଆଯିବା ଦରକାର। ତେବେ କିଛି ସମୟ ପରେ ଇଡି ତାଙ୍କୁ ରିମାଣ୍ଡ ପେପର ପ୍ରଦାନ କରିଥିଲା ।