ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି ନେତା ସଂଜୟ ସିଂହ ଆଜି କୋର୍ଟରେ ଦାବି କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ସହିତ କିଛି ବଡ଼ ଘଟଣା ଘଟିପରେ। ଅବକାରୀ ଦୁର୍ନୀତି ମାମଲାରେ ଆଜି କୋର୍ଟରେ ହାଜର ହେବା ବେଳେ ଗଣମାଧ୍ୟମକୁ ସିଂହ କହିଥିଲେ ଯେ କେଜ୍ରିୱାଲ କେବଳ ଗିରଫ ହେବେନାହିଁ, ତାଙ୍କ ବିରୋଧରେ କିଛି ବଡ଼ ଘଟିବ ଏବଂ ଏବଂ ଏଥିପାଇଁ ଷଡ଼୍ଯନ୍ତ୍ର ଚାଲିଛି। ଅନ୍ୟପକ୍ଷରେ ଅବକାରୀ ଦୁର୍ନୀତି ମାମଲାରେ ସଂଜୟ ସିଂହଙ୍କୁ ଆଜି ପୁଣି କୋର୍ଟରେ ଝଟ୍କା ଲାଗିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସିଂହ ଜେଲ ହାଜତ ମିଆଦ ବଢ଼ାଇଛନ୍ତି। ଆପ୍ ସାଂସଦଙ୍କୁ ୨୪ ନଭେମ୍ବର ପର୍ଯ୍ୟନ୍ତ ତିହାର ଜେଲ୍ ପଠାଯାଇଛି। ଏହା ସହିତ ପଂଜାବର ଅମୃତସର କୋର୍ଟରେ ମାନହାନି ମାମଲାରେ ମଧ୍ୟ ସଂଜୟ ସିଂହଙ୍କ ୱାରେଣ୍ଟ ଆଜି କୋର୍ଟରେ ଦାଖଲ କରାଯାଇଥିଲା। କୋର୍ଟ ୱାରେଣ୍ଟକୁ ଗ୍ରହଣ କରିଛନ୍ତି ଏବଂ ସିଂହ ଅମୃତସର କୋର୍ଟରେ ହାଜର ହେବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ସଂଜୟ ସିଂହଙ୍କୁ ୪ ଅକ୍ଟୋବରରେ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା।
କୋର୍ଟ ପରିସରରେ ସଂଜୟ ସିଂହଙ୍କ ବୟାନ: କେଜ୍ରିୱାଲଙ୍କ ସହିତ କିଛି ବଡ଼ ଘଟିବ
/sambad/media/post_attachments/wp-content/uploads/2023/04/kejriwal.jpg)