କଶ୍ମୀର ଫାଇଲସର ପ୍ରମୋସନ କରିବେ କି ମୋଦୀ ? ସଞ୍ଜୟ ପଚାରିଲେ ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ: କେନ୍ଦ୍ର ଉପରେ କଡା ଆକ୍ରମଣ କରି ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି କହିଛନ୍ତି ଯେ ମୋଦୀ ସରକାର କଶ୍ମୀର ଫାଇଲସ ପାର୍ଟ ୨ ର ପ୍ରମୋସନ କରିବେ କି ? ଜମ୍ମୁକଶ୍ମୀରରେ ଟାର୍ଗେଟ କିଲିଂ ବଢ଼ିଥିବାବେଳେ ଏହାକୁ ନେଇ ଫିଲ୍ମ ନିର୍ମାଣ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି | ସଞ୍ଜୟ ରାଉତ ଚଳିତ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିବା ‘କାଶ୍ମୀର ଫାଇଲସ’କୁ ଦର୍ଶାଇଥିଲେ। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶନା ଦିଆଯାଇଥିବା, ଏହି ଚଳଚ୍ଚିତ୍ରଟି(କଶ୍ମୀର ଫାଇଲସ ) ୧୯୯୦ ଦଶକରେ ଜମ୍ମୁକାଶ୍ମୀରରୁ କଶ୍ମୀର ପଣ୍ଡିତ ଦେଶ ଛାଡିବା ବିଷୟରେ ଚିତ୍ରଣ କରାଯାଇଥିଲା |

ଏହା ଛଡା ବିଜେପିର ସାଂସଦ ଓ ମନ୍ତ୍ରୀମାନେ ଏହାକୁ ସମର୍ଥନ କରିଥିଲେ। ବକ୍ସ ଅଫିସରେ ଏହା ଏକ ବଡ଼ ସଫଳତା ପାଇଥିବାବେଳେ ସଞ୍ଜୟ ଆଜି କହିଛନ୍ତି ଯେ ଏବେ ଜମ୍ମୁକଶ୍ମୀରରେ ହିନ୍ଦୁଙ୍କୁ ଟାର୍ଗେଟ କିଲିଂକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିହେବ କି ? ଟ୍ୱିଟରରେ ଶିବସେନା ନେତା କହିଛନ୍ତି, “କଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରାଯାଇ ଉପତ୍ୟକା ଛାଡିବାକୁ ବାଧ୍ୟ କରାଯାଇଥିଲା ।

ଯେଉଁମାନେ କାଶ୍ମୀର ଫାଇଲସକୁ ପ୍ରୋତ୍ସାହିତ କରୁଛନ୍ତି ସେମାନେ ଏବେକାର ସ୍ଥିତିକୁ ଦେଖି ଚୁପ୍ ହୋଇ ରହିଛନ୍ତି! ସୂଚନା ଥାଉ କି ଜମ୍ମୁକଶ୍ମୀର ପ୍ରଶାସନ ଶ୍ରୀନଗରରେ ୧୭୭ ଜଣ ଶିକ୍ଷକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ରାଉତଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର