ମୁମ୍ବାଇ : ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଶିବସେନା ନେତା ସଂଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରଥମେ ଇଡି ହେପାଜତରେ ରହିବା ପରେ ତାଙ୍କୁ ଅଗଷ୍ଟ ୮ରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା, ଯାହା ଅଗଷ୍ଟ ୨୨ ରେ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ଦ୍ୱାରା ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଆଜି ଏହି ହେପାଜତକୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇଡି ମନି ଲଣ୍ଡରିଂ ମାମଲାରେ ଜୁଲାଇ ୩୧ରେ ରାଉତଙ୍କ ଘରେ ଚଢ଼ଉ କରି ତାଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲା‌। ଅଗଷ୍ଟ ୧ରେ ତାଙ୍କୁ ଗିରଫ କରାଯାଇଥିଲା।