ବିଜେପି ନେତାଙ୍କ ଅଭିଯୋଗ : ବୁର୍ଖା ପିନ୍ଧି ଏକାଧିକ ବାର ଭୋଟ୍ ଦେଉଛନ୍ତି ଭୋଟର୍

ନୂଆଦିଲ୍ଲୀ: ଆଜି ଦେଶର ୨୦ ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିବାଦ ସହ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ମୁଜାଫରନଗରରେ ବିଜେପି ପ୍ରାର୍ଥୀ ସଂଜୀବ ବାଲିୟାନ୍ ଏବେ ଜାଲିଆତି ଭୋଟିଂକୁ ନେଇ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ମୁଜାଫରନଗରର ସୁଜଦୋ ଗ୍ରାମରେ ଜାଲିରେ ଭୋଟ୍ ଦିଆଯାଉଛି ।

ସଂଜୀବ ବାଲିୟାନ୍ ଅଭିଯୋଗ ଆଣିଛନ୍ତି ଯେ ଯେଉଁ ମହିଳାମାନେ ବୁର୍ଖା ପିନ୍ଧି ଆସୁଛନ୍ତି ତାଙ୍କ ଚେକିଂ ହେଉନାହିଁ । ମୋତେ ଲାଗୁଛି ଯେ ଏହି ଭୋଟ୍ ରେ ଜାଲିଆତି ହେଉଛି । ଯଦି ଏହାର ଯାଞ୍ଚ୍ କରାନଯାଏ ତେବେ ମୁଁ ଦ୍ୱିତୀୟଥର ମତଦାନ କରିବା ପାଇଁ ଅପିଲ୍ କରିବି । ସେ କହିଛନ୍ତି ଯେ ମୁଁ ୨୪ ଘଣ୍ଟା ଜନତାଙ୍କ ମଧ୍ୟରେ ରହିଥାଏ ।’

ସେ ଅଭିଯୋଗ କରିଛନ୍ତି କି ଜମାତ- ଏ-ଇସଲାମି ହିନ୍ଦ୍ ଭୋଟର ଧ୍ରୁବୀକରଣ କରୁଛି । ଆମେ ତାଙ୍କ ବିରୋଧରେ ଏତଲା ଦେଇଛୁ । ଜଣେ ମହିଳା ବିନା ହସ୍ତାକ୍ଷର କରି ଭୋଟ୍ ଦେଉଥିଲେ । ସେ କହିଥିଲେ ଏଠାରେ ୨୬ ବୁଥ୍ ରହିଛି ଯେଉଁଠାରେ ୨୩ ରୁ ୨୪ ଟି ବୁଥରେ ତାଙ୍କର କେହି ଏଜେଣ୍ଟ୍ ନାହାଁନ୍ତି ।ଏହାଛଡା ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି ଯାହା ଶୁଣିଲେ ସମସ୍ତଙ୍କୁ ଝଟକା ଲାଗିବ ନିଶ୍ଚୟ ।

ସମ୍ବନ୍ଧିତ ଖବର