ଭାରତରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସାନୋଫି-ଜିଏସକେକୁ ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଫ୍ରେଞ୍ଚ ଫାର୍ମା ସାନୋଫି ତିଆରି କରିଥିବା କୋଭିଡ -୧୯ ଟିକାର ବିଶ୍ୱସ୍ତରୀୟ ପର୍ଯ୍ୟାୟ ୩ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି। ସାନୋଫି ଇଂଲଣ୍ଡ ଫାର୍ମା ଗ୍ଲାକ୍ସୋ ସ୍ମିଥକାଇନ୍ (ଜିଏସକେ) ସହିତ ଏହି ଟିକା ବିକାଶ କରୁଛି।

ଏକ ପ୍ରେସ ନୋଟରେ ସାନୋଫି ପକ୍ଷରୁ କୁହାଯାଇଛି ଯେ, ଭାରତ ଟିକାର ବିଶ୍ୱସ୍ତରୀୟ ଫେଜ୍-୩ ଟ୍ରାଏଲ୍ ପାଇଁ ଅନୁମତି ଦେଇଛି | ଭାରତରେ ପ୍ରଥମ ଥର ପାଇଁ ଏହି କୋଭିଡ୍ -୧୯ ଟିକାର ବିଶ୍ୱସ୍ତରୀୟ ପରୀକ୍ଷା ହେବ | ତୃତୀୟ ପର୍ଯ୍ୟାୟ ପରୀକ୍ଷା ବିଶ୍ୱ ସ୍ତରରେ ଅନୁଷ୍ଠିତ ହେବ ଏବଂ ଯୁକ୍ତରାଷ୍ଟ୍ର, ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ସାଇଟଗୁଡିକରେ ୧୮ ବର୍ଷରୁ ଅଧିକ ବୟସ୍କର ୩୫,୦୦୦ରୁ ଅଧିକ ସ୍ବେଚ୍ଛାସେବୀ ଏଥିରେ ସାମିଲ ହେବେ।

କରୋନା ଭୂତାଣୁ ଦିନକୁ ଦିନ ନିଜ ରୂପ ବଦଳାଉଥିବା ବେଳେ ସାରା ବିଶ୍ୱ ଏବେ ଏହା ସହ ଲଢ଼ିବାକୁ ପ୍ରସ୍ତୁତ ହୋଇ ରହିଛି | ଭାରତରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ଅଧିକରୁ ଅଧିକ ଟିକାକୁ ଅନୁମୋଦନ ଦେବାକୁ ଭାରତ ସରକାର ଚେଷ୍ଟା ଚଳାଇଛନ୍ତି | ଏପର୍ଯ୍ୟନ୍ତ ୪ଟି କରୋନା ଟିକାକୁ ଭାରତରେ ଅନୁମତି ମିଳିଥିବା ବେଳେ ଏବେ ସାନୋଫିକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ଦେଇଛି ଡିସିଜିଆଇ |

ସମ୍ବନ୍ଧିତ ଖବର