ଓଡ଼ିଶାରେ ପ୍ରତିଷ୍ଠା ହୋଇପାରେ ସଂସ୍କୃତ ଗାଁ, ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ରସରକାରଙ୍କ ଯୋଜନା | କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କିଛି ଏଭଳି ସୂଚନା ଦେଇଛନ୍ତି | ଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନର ପ୍ରମୁଖ ମାନଙ୍କ ବୈଠକରେ ସେ କହିଛନ୍ତି ଯେ ଦେଶରେ ଅତିକମରେ ଦୁଇଟି ସଂସ୍କୃତ ଗାଁ ନିର୍ମାଣ କରାଯିବ | ଯେଉଁ ଗାଁରେ ସଂସ୍କୃତ ଭାଷାକୁ କଥିତ ଭାଷା ଭାବେ ବ୍ୟବହାର କରାଯିବ |

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଭାଷାକୁ ସଶକ୍ତ କରିବାକୁ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ରହିଛି | ଏଥିପାଇଁ ଖାଲି ଥିବା ପଦବୀକୁ ମଧ୍ୟ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | କେନ୍ଦ୍ର ମନ୍ତ୍ରୀଙ୍କ କହିବା ମୁତାବକ ସଂସ୍କୃତ ଶିକ୍ଷାକୁ ଲୋକପ୍ରିୟ କରାଇବା ପାଇଁ ଅଧିକ ସଂଖ୍ୟାରେ ଶିକ୍ଷକ ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ |

 

ସେହିପରି ଦେଶରେ ଥିବା ସଂସ୍କୃତ ସଂସ୍ଥାନ ପାଖରେ ଅତିକମରେ ଦୁଇଟି ସଂସ୍କୃତ ଭାଷା ସମ୍ପର୍କୀୟ ଗାଁ ପ୍ରତିଷ୍ଠା କରାଯିବ | ଯେଉଁଠି ଲୋକମାନେ ସଂସ୍କୃତରେ କଥା ହେଉଥିବେ | ଏହି ନିଷ୍ପତି ମୁତାବକ ଓଡ଼ିଶାର ପୁରୀରେ ଥିବା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଅଞ୍ଚଳରେ ସଂସ୍କୃତ ଗାଁ ଗଠନ ହୋଇପାରେ | ୧୯୮୧ ମସିହାରେ ପୁରୀରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା |

ସମ୍ବନ୍ଧିତ ଖବର