ନୂଆଦିଲ୍ଲୀ/ରାଇରଙ୍ଗପୁର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଲଓ୍ବାନ ସଂଘର୍ଷରେ ସହିଦ ସୈନିକମାନଙ୍କୁ ବୀରତ୍ବ ସମ୍ମାନରେ ସମ୍ମାନିତ କରିଛନ୍ତି । ଗଲଓ୍ବାନ ହିରୋ ସହିଦ୍ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯାଇଛି । ଓଡ଼ିଆ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ବୀରଚକ୍ର ପ୍ରଦାନ କରାଯାଇଛି ।
/sambad/media/post_attachments/wp-content/uploads/2021/11/Capture-8.png)
ଗଲଓ୍ବାନ ସଂଘର୍ଷ ବେଳେ କର୍ଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାଦଳର ନେତୃତ୍ବ ନେଇ ଅତୁଳନୀୟ ବୀରତ୍ବ ପ୍ରଦର୍ଶନ କରିଥିଲେ । ତାଙ୍କ ପତ୍ନୀ ବିକୁମାଲା ସନ୍ତୋଷୀ ଓ ମାତା ବିକୁମାଲା ରାଷ୍ଟ୍ରପତିଙ୍କ ପକ୍ଷରୁ ମହାବୀର ଚକ୍ର ଗ୍ରହଣ କରିଛନ୍ତି । ଓଡ଼ିଆ ଯବାନ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ପତ୍ନୀ ବୀରଚକ୍ର ଗ୍ରହଣ କରିଛନ୍ତି । ସେହିପରି ଗଲଓ୍ବାନ ସଂଘର୍ଷ ବେଳେ ସହିଦ ହୋଇଥିବା ହାବଲଦାର କେ.ପଲାନି, ସିପାହୀ ଗୁରୁତେଜ ସିଂ ଓ ନାଏକ ଦିପକ ସିଂଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି ।
୨୦୨୦ ଜୁନ ୧୫ରେ ହୋଇଥିବା ଗଲଓ୍ବାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ତେବେ ଚୀନ ପ୍ରଥମେ ଏ ନେଇ ନୀରବତା ଅବଲମ୍ବନ କରିଥିଲେ ବି ପରେ ସ୍ବୀକାର କରିଥିଲା ଯେ ଏଥିରେ ୪ ଜଣ ପିଏଲଏ ସୈନିକ ମୃତ୍ୟୁବରଣ କରିଥିଲେ । କିନ୍ତୁ ସିଆଇଏ ଏବଂ ଋଷିଆର କେଜିବି ରିପୋର୍ଟ ଅନୁସାରେ ଏହି ସଂଘର୍ଷରେ ୪୦ରୁ ଅଧିକ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ ।
ସୂଚନାଯୋଗ୍ୟ, ମୟୂରଭଞ ଜିଲ୍ଲା ବଡଚମ୍ପାଉଦାର ବୀରପୂତ୍ର ନୁଦୁରାମଙ୍କ ଛୋଟ ବେଳୁ ମାତୃଭୂମିର ସେବା କରିବାର ଇଚ୍ଛା ଥିବାରୁ କଲେଜ ଶିକ୍ଷା ସମାପ୍ତ ପରେ ୧୯୯୭ ମସିହାରେ ଆର୍ମିରେ ଯୋଗଦେଇଥିଲେ । ୧୬ ବିହାର ରେଜିମେନ୍ଟରେ ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ ନୁଦୁରାମ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Mahaveer-Chakra-to-Saheed-Santosh-Babu_Thumbnail.jpg)