କାମଚଳା ବାଚସ୍ପତି ହେଲେ ବରିଷ୍ଠ ବିଜେପି ନେତା ତଥା ସାଂସଦ ସନ୍ତୋଷ ଗଙ୍ଗୱାର : ନବ ନିର୍ବାଚିତ ସାଂସଦଙ୍କୁ କରାଇବେ ଶପଥ ପାଠ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ସାଂସଦ ସନ୍ତୋଷ ଗଙ୍ଗୱାର ଲୋକସଭାର କାମଚଳା ବାଚସ୍ପତି ହେଲେ । ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବହୁମତରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଆଜି ନୂଆ ମନ୍ତ୍ରୀପରିଷଦଙ୍କ ସହ ଶପଥ ନେବ । ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେବେ । ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବ ବରେଲିର ବିଜେପି ସାଂସଦ ସନ୍ତୋଷ ଗଙ୍ଗୱାର ।

ସନ୍ତୋଷ ଗଙ୍ଗୱାର ଉତ୍ତରପ୍ରଦେଶ ବରେଲିରୁ ଲୋକସଭା ସାଂସଦ ଅଛନ୍ତି । ୨୦୧୯ ନିର୍ବାଚନରେ ବରେଲି ଆସନରୁ ବିଜେପି ଟିକେଟରେ ନିର୍ବାଚନ ଜିତିଛନ୍ତି ସନ୍ତୋଷ ଗଙ୍ଗୱାର । ବତ୍ତର୍ମାନ ମୋଦି ସରକାରରେ ସନ୍ତୋଷ ଗଙ୍ଗୱାର ଲୋକସଭା ସାଂସଦ ହେବା ସହ କେନ୍ଦ୍ର ସରକାରରେ ବର୍ତ୍ତମାନ ରାଜ୍ୟ ଅର୍ଥ ମନ୍ତ୍ରୀ ଅଛନ୍ତି । ସନ୍ତୋଷ ଗଙ୍ଗୱାର ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସରକାରରେ ପେଟ୍ରୋଲିୟମ ରାଜ୍ୟମନ୍ତ୍ରୀ ରୂପେ କାର୍ଯ୍ୟ ନର୍ବାହ କରିସାରିଛନ୍ତି । ଲଗାତାର ୬ ଥର ଲେକାସଭା ନିର୍ବାଚନ ଜିତିଛନ୍ତି ସନ୍ତୋଷ ଗଙ୍ଗୱାର । ୧୯୯୬ରେ ଉତ୍ତରପ୍ରଦେଶର ବିଜେପି ମହାସଚିବ ନିଯୁକ୍ତ ହୋଇଥିଲେ ।

୧୯୪୮, ନଭେମ୍ବର ୧ ତାରିଖରେ ଉତ୍ତରପ୍ରଦେଶର ବରେଲିରେ ଜନ ଗ୍ରହଣ କରିଥିଲେ ସନ୍ତୋଷ ଗଙ୍ଗୱାର । ଆଗ୍ରା ଓ ରୁହେଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ସେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରୁ ହିଁ ସେ ରାଜନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭାରତରେ ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର