ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ଖୋଲୁଛି ଗୁମର: ରିୟାଙ୍କ ପରେ ସାରା, ଶ୍ରଦ୍ଧା ଓ ରାକୁଲଙ୍କୁ ପଚରାଉଚରା ପାଇଁ ସମନ ପଠାଇବ ଏନସିବି

ମୁମ୍ବାଇ: ଡ୍ରଗ୍ସ ମାମଲାରେ ରିୟାଙ୍କ ପରେ କାହାର ପଡିବ ପାଳି । ଏହାକୁ ନେଇ ଆଶଙ୍କାରେ ଅଛନ୍ତିି ବଲିଉଡର ବହୁ କଳାକାର । ତେବେ ଖୁବ୍ ଶୀଘ୍ର ଅଭିନେତ୍ରୀ ସାରା ଅଲୀ ଖାନ, ଶ୍ରଦ୍ଧା କାପୁର,ରାକୁଲ ପ୍ରୀତ୍ ଓ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ଏନସିବି ପଚରାଉଚରା ପାଇଁ ସମନ ପଠାଇବ ବୋଲି ସୂଚନା ମିଳିଛି । ଏନସିବିର ଜେରା ବେଳେ ରିଆ ଚକ୍ରବର୍ତ୍ତୀ ତଦନ୍ତକାରୀ ଟିମ୍ ଆଗରେ ସାରାଙ୍କ ନା ନେଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ କେଦାରନାଥ ସୁଟିଂ ସମୟରୁ ସୁଶାନ୍ତ ଡ୍ରଗ୍ସର ହାଇ ଡୋଜ୍ ନେବା ଆରମ୍ଭ କରିଥିଲେ ।

Shraddha Kapoor and Sara Ali Khan will be summoned by the NCB in the Sushant Singh Rajput death case.
indiatoday

ଏହି ସମୟରେ ସୁଶାନ୍ତଙ୍କ ସହ ତାଙ୍କ ଫାର୍ମରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଥିଲେ  । କେବଳ ସେତିକି ନୁହେଁ କେଦାରନାଥ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଏବଂ କ୍ରିୟୁ ସୁଟିଂ ସମୟରେ ଡ୍ରଗ୍ସ ନେଉଥିବା ମଧ୍ୟ ରିଆ କହିଥିବା କୁହାଯାଉଛି । ଏଥିସହ ମୁମ୍ବାଇ ପାବନା ଡ୍ୟାମ ନିକଟରେ ଥିବା ସୁଶାନ୍ତଙ୍କ ଫାର୍ମ ହାଉସ ହ୍ୟାଙ୍ଗଆଉଟକୁ ଯାଇ ସେ ଅଭିନେତ୍ରୀମାନଙ୍କ ସହ ମିଶି ଡ୍ରଗ୍ସ ପାର୍ଟି କରୁଥିବା ଏନସିବିକୁ ପ୍ରମାଣ ମିଳିଛି । ତେଣୁ ରିୟା ଓ ବୋଟମ୍ୟାନର ବୟାନ ଆଧାରରେ ଏହି ସପ୍ତାହରେ ୪ ନାୟିକାଙ୍କୁ ସମନ ପଠାଇପାରେ ଏନସିବି ।

ସମ୍ବନ୍ଧିତ ଖବର