ମୁମ୍ବାଇ: କୃଷି ଆଇନ ବିରୋଧରେ ଆଜି ମୁମ୍ବାଇର ଆଜାଦ ମଇଦାନରେ ହଜାର ହଜାର କୃଷକ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି | ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ଆସିଥିବା କୃଷକମାନେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ | ଆଜିର ଏହି ମେଗା ରାଲିରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ପାୱାର କହିଛନ୍ତି ଯେ ବିନା ଆଲୋଚନାରେ କୃଷି ଆଇନକୁ ସଂସଦରେ ପାରିତ କରାଯାଇଛି | ଏହାର ପ୍ରତିବାଦରେ ଆଜି ଦେଶ ସାରା କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି |
କେନ୍ଦ୍ର ବିନା କୌଣସି ଚର୍ଚ୍ଚା କରି କୃଷି ଆଇନକୁ ସଂସଦରେ ପାରିତ କରାଇଥିଲା | ଯଦି କେବଳ ବହୁମତ ଆଧାରରେ କୃଷି ଆଇନକୁ ପାରିତ କରାଇ ହେବ ତେବେ କୃଷକ ଆପଣଙ୍କୁ ଖତମ୍ କରିଦେବେ | ମହାରାଷ୍ଟ୍ରରେ ଏମିତି ଜଣେ ରାଜ୍ୟପାଳ ଅଛନ୍ତି ଯାହାଙ୍କ ପାଖରେ ଚାଷୀଙ୍କୁ ଭେଟିବାକୁ ସମୟ ନାହିଁ | ରାଜ୍ୟପାଳଙ୍କ ପାଖରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଭେଟିବାକୁ ସମୟ ଥିବାବେଳେ କୃଷକ ଆନ୍ଦୋଳନରେ ସାମିଲ ଥିବା ଚାଷୀଙ୍କୁ ଭେଟିବାକୁ ସମୟ ନାହିଁ |
/sambad/media/post_attachments/wp-content/uploads/2021/01/EsknNbbXMAAmQ3Z-1024x682.jpg)
ଦିଲ୍ଲୀର କୃଷକଙ୍କ ସମର୍ଥନରେ ମୁମ୍ବାଇରେ ଆୟୋଜିତ କୃଷକ ସମାବେଶକୁ ସମ୍ବୋଧିତ କରି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଶୀତଦିନେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ଚାଷୀମାନେ ଗତ ୬୦ ଦିନ ଧରି ଆନ୍ଦୋଳନ କରୁଛନ୍ତି। ଯେଉଁମାନଙ୍କ ହାତରେ କ୍ଷମତା ଅଛି ସେମାନେ ଏହି କୃଷକମାନଙ୍କ ପାଇଁ ଚିନ୍ତିତ ନୁହଁନ୍ତି | ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କଥା ବୁଝିଛନ୍ତି କି? କେନ୍ଦ୍ର ସରକାର କେବଳ ମଜା ଦେଖୁଛନ୍ତି | ପଞ୍ଜାବ କ’ଣ ପାକିସ୍ତାନରେ ? ପ୍ରଧାନମନ୍ତ୍ରୀ ଏହା ସ୍ପଷ୍ଟ କରନ୍ତୁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/EskoaOAXUA4022P.jpg)