ମହାରାଷ୍ଟ୍ର ରାଜନୀତି ତାତି ଭିତରେ ମୋଦୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର

ନୂଆଦିଲ୍ଲୀ: କେବେ ହେବ ଶିବସେନା ସରକାର | ଏନସିପି-କଂଗ୍ରେସ ସମର୍ଥନ କରିବ ନା ଶେଷ ମୁହୂର୍ତ୍ତରେ ଓହରି ଆସିବ, ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଦ୍ଵନ୍ଦ ଏବେ ବି ଲାଗି ରହିଥିବାବେଳେ ସଂସଦ ଭବନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ହଟଚମଟ ଭିତରେ ଶରଦଙ୍କ ସାକ୍ଷାତ ବେଶ ଗୁରୁତ୍ୱପୁର୍ଣ୍ଣ ମନେ କରାଯାଉଛି ।

ମହାରାଷ୍ଟ୍ରରେ କୃଷି ପ୍ରସଙ୍ଗକୁ ନେଇ ମୋଦୀଙ୍କ ସହ ଆଲୋଚନା କରିଛନ୍ତି ଶରଦ ପାୱାର । ତେବେ ଏହି ସାକ୍ଷାତ ପଛରେ କୃଷି ନା ଅନ୍ୟ ପ୍ରସଙ୍ଗ ରହିଛି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶର ଦୁଇ ବଡ ନେତାଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା । ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ ।

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ଉଦ୍ୟମ ଚଳାଇଥିବାବେଳେ ବିଜେପି ବି ଗୋଟି ଚାଳନା ଆରମ୍ଭ କରିଛି । ଶିବସେନା କଂଗ୍ରେସ ଓ ଏନସିପି ସମର୍ଥନରେ ସରକାର ଗଢିବାକୁ ଆଶା ରଖିଛି । ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଏନସିପିକୁ ପ୍ରଶଂସା କରିଥିଲେ । କୃଷି ସମସ୍ୟା ନେଇ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ ।

ସମ୍ବନ୍ଧିତ ଖବର