ଶାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବ କୁମାରଙ୍କୁ ମିଳିଲା ଆଗୁଆ ଜାମିନ

କୋଲକାତା: ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ ଆଇପିଏସ ଅଫିସର ତଥା ପୂର୍ବତନ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଆଜି ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ସହିଦୁଲ୍ଲା ମୁନସି ଏବଂ ଶୁଭାଷିସ ଦାସଗୁପ୍ତା ରାଜୀବ କୁମାରଙ୍କ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରିବା ସହିତ କହିଛନ୍ତି ଏହି ବରିଷ୍ଠ ଆଇପିଏସ ଅଫିସରଙ୍କୁ ହେପାଜତକୁ ନେଇ ପଚରାଉଚୁରା କରିବାର ଆବଶ୍ୟକତା ନାହିଁ। ହାଇକୋର୍ଟ କହିଛନ୍ତି ଯଦି ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରେ ତା’ହେଲେ ୫୦ ହଜାର ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚାଲିକା ବଳରେ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବ। ଏଥିସହିତ ରାଜୀବ କୁମାରଙ୍କୁ ପଚରାଉଚୁରା ପାଇଁ ସିବିଆଇ ସମନ କରିବାର ୪୮ ଘଣ୍ଟା ପୂର୍ବରୁ ତାଙ୍କୁ ନୋଟିସ ଦେବ ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର