ଟ୍ରମ୍ପଙ୍କ ପ୍ରମୁଖ ସହଯୋଗୀ ସାରା ସେଣ୍ଡର୍ସଙ୍କୁ ବାହାର କରିଦେଲେ ରେଷ୍ଟୁରାଣ୍ଟ ମାଲିକ 

ଓ୍ଵାସିଙ୍ଗଟନ୍‌: ହ୍ଵାଇଟ୍‌ ହାଉସ୍‌ର ପ୍ରେସ ସେକ୍ରେଟେରୀ ସାରା ସେଣ୍ଡର୍ସକୁ ଶୁକ୍ରବାର ଏକ ରେଷ୍ଟୁରାଣ୍ଟରୁ ବାହାର କରି ଦିଆଯାଇଛି। ମେକ୍ସିକୋ ନିକଟସ୍ଥ ଆମେରିକା ସୀମାରେ ପ୍ରବାସୀ ଶିଶୁଙ୍କୁ ତାଙ୍କ ମାତା-ପିତାଙ୍କ ଠାରୁ ଅଲଗା କରିବାର ବିବାଦ ଚାଲିଛି। ଟ୍ରମ୍ପ ପ୍ରଶାସନ ଉପରେ ବଢ଼ିଥିବା ଚାପ ମଧ୍ୟରେ ସେଣ୍ଡର୍ସ ହେଉଛନ୍ତି ରାଷ୍ଟ୍ରପତିଙ୍କ ୨ୟ ବରିଷ୍ଠ ସହଯୋଗୀ, ଯାହାଙ୍କୁ ନିକଟରେ ଲୋକମାନଙ୍କର ହିଂସାର ସମ୍ମୁଖୀନ ହେବାକୁ ପଡ଼ିଛି।

ଭର୍ଜିନିଆର ଲେଗଜିଟନ୍‌ସ୍ଥିତ ରେଡ ହେନ ରେଷ୍ଟୁରାଣ୍ଟର ସହ ମାଲିକାଣୀ ଷ୍ଟିଫେନ ଭିଲ୍କିସନ ଶୁକ୍ରବାର ଟ୍ରମ୍ପ ପ୍ରଶାସନକୁ ବିରୋଧ କରି ସେଣ୍ଡର୍ସ ଓ ତାଙ୍କ ସଂପର୍କୀୟଙ୍କୁ ରେଷ୍ଟୁରାଣ୍ଟରୁ ବାହାରି ଯିବା ପାଇଁ କହିଥିଲେ। ସେଣ୍ଡର୍ସ ପରେ ଏହି ଘଟଣାକୁ ଟୁଇଟର ମାଧ୍ୟମରେ ଜଣାଇଛନ୍ତି।

ଟୁଇଟରରେ ସାରା କହିଛନ୍ତି, ମୁଁ ସବୁବେଳେ ଲୋକଙ୍କ ପାଇଁ ଭଲ କାମ କରୁଛି। ଯେଉଁମାନେ ମୋ ପ୍ରତି ଭିନ୍ନ ଧାରଣା ରଖିଛନ୍ତି, ସେମାନଙ୍କ ପାଇଁ ମଧ୍ୟ କାମ କରୁଛି। ଅନ୍ୟପକ୍ଷରେ ଷ୍ଟିଫେନ କହିଛନ୍ତି, ସେଣ୍ଡର ଅମାନୁଷିକ କାମ କରୁଛନ୍ତି। ସେ ଅନୈତିକ ପ୍ରଶାସନିକ ପାଇଁ କାମ କରୁଛନ୍ତି। ଷ୍ଟିଫେନ୍‌ କହିଛନ୍ତି, ନିଜର ଜଣେ ଷ୍ଟାଫ କର୍ମଚାରୀଙ୍କ ଅନୁରୋଧ କ୍ରମେ ସାରାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରି ଦେଇଛନ୍ତି।

 

ସମ୍ବନ୍ଧିତ ଖବର