ନୂଆଦିଲ୍ଲୀ : ଆସାମର ରାଷ୍ଟ୍ରୀୟ ନାଗରିକ ପଂଜିକା (ଏନ୍ଆର୍ସି) ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଦେଇଥିବା ଟିପ୍ପଣୀକୁ ଆଜି ନିନ୍ଦା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ୍। ସେ କହିଛନ୍ତି, ଏନ୍ଆର୍ସିକୁ ନେଇ ‘ଗୃହଯୁଦ୍ଧ’, ‘ରକ୍ତପାତ’ ଭଳି ଏତେ ବଡ଼ କଥା କହିବା ଆଦୌ ଉଚିତ ନୁହେଁ। ଜଣେ ମୁଖ୍ୟମନ୍ତ୍ରୀ ଭାବେ ହଠାତ୍ ପ୍ରତିକ୍ରିୟାଶୀଳ ହୋଇ ଏଭଳି ମନ୍ତବ୍ୟ ଦେବା ମମତାଙ୍କୁ ଆଦୌ ଶୋଭା ପାଇଲାନି। ମମତା ଜଣେ ବରିଷ୍ଠ ରାଜନୀତିଜ୍ଞ ହୋଇଥିବା ଦୃଷ୍ଟିରୁ କୌଣସି ପ୍ରସଙ୍ଗ ଉପରେ ‘ଗୃହଯୁଦ୍ଧ’, ‘ରକ୍ତପାତ’ ଭଳି ମାରାତ୍ମକ ଶବ୍ଦ ପ୍ରୟୋଗ କରିବା ଠିକ୍ ନୁହେଁ। ତେବେ ଏନ୍ଆର୍ସି ଚୂଡ଼ାନ୍ତ ଚିଠା ତାଲିକା ବାବଦରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ, ତାହାକୁ ସେ ଯଥାରୀତି ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଛାତ୍ରନେତାରୁ ରାଜନେତା ପାଲଟିଥିବା ସୋନୋଓ୍ଵାଲ୍ କହିଛନ୍ତି, ଏନ୍ଆର୍ସିକୁ ନେଇ ଏବେ ସଂସଦରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହେଉଛି। ଏଥିଯୋଗୁ ସଂସଦର ମୂଲ୍ୟବାନ ନଷ୍ଟ ହେଉଛି। ବିଶେଷକରି ମମତାଙ୍କ ତୃଣମୂଳ କଂଗ୍ରେସ ସାଂସଦଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଭଳି କରି ଦଳ ସରକାରଙ୍କର ନୁହେଁ, ବରଂ ଦେଶର ଜନତାଙ୍କ ଅପକାର କରୁଛି। ଏନ୍ଆର୍ସି ବାବଦରେ ଟିଏମ୍ସି ଭ୍ରାମାତ୍ମକ ମତାମତ ପ୍ରଦାନ କରୁଛି। ଏନ୍ଆର୍ସିକୁ ନେଇ ଆସାମରେ ଏଯାବତ୍ ଗୋଟିଏ ହେଲେ ବି ଅଘଟଣ ହୋଇନାହିଁ। ଆଇନଶୃଙ୍ଖଳ ପରିସ୍ଥିତି ଉପୁଜିନାହିଁ। କିନ୍ତୁ ଏନ୍ଆର୍ସି ଯୋଗୁ ଦେଶରେ ‘ଗୃହଯୁଦ୍ଧ’, ‘ରକ୍ତପାତ’ ଭଳି ଘଟଣା ଘଟିବ ବୋଲି ମମତା କିଭଳି କହିଲେ। ଏହା ତାଙ୍କୁ ଆଦୌ ଶୋଭାପାଉ ନାହିଁ ବୋଲି ସୋନୋଓ୍ଵାଲ୍ ଦୋହରାଇଛନ୍ତି।
ମମତାଙ୍କ ‘ଗୃହଯୁଦ୍ଧ’, ‘ରକ୍ତପାତ’ ଟିପ୍ପଣୀକୁ ସୋନୋଓ୍ଵାଲ୍ଙ୍କ ନିନ୍ଦା
/sambad/media/post_attachments/wp-content/uploads/2018/08/sar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)