ଜେଲ୍‌ରୁ ମୁକୁଳିଲେ ସରିଫ୍‌, ମରିୟମ୍‌, ଦଣ୍ଡାଦେଶ ବାତିଲ କଲେ ଇସଲାମାବାଦ୍‌ ହାଇକୋର୍ଟ

ଇସଲାମାବାଦ୍‌: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌, ଝିଅ ମରିୟମ୍‌ ଏବଂ ଜ୍ୱାଇଁ ମହମ୍ମଦ ସଫଦାର୍‌ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଇସଲାମାବାଦ୍‌ ହାଇକୋର୍ଟ ସେମାନଙ୍କ ଦଣ୍ଡାଦେଶ ବାତିଲ କରିବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଆଭେନ୍‌ଫିଲ୍ଡ ଦୁର୍ନୀତି ମାମଲାରେ ଗତ ଜୁଲାଇ ୬ ତାରିଖରେ ସରିଫ୍‌ ଏବଂ ତାଙ୍କ ଝିଅ ଜ୍ୱାଇଁଙ୍କୁ ଜେଲ୍‌ଦଣ୍ଡ ହୋଇଥିଲା। ସରିଫ୍‌ଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଥିବାବେଳେ ମରିୟମ୍‌ଙ୍କୁ ୮ ବର୍ଷ ଏବଂ ଜ୍ୱାଇଁ ସଫଦାରଙ୍କୁ ଗୋଟିଏ ଏକବର୍ଷ ଜେଲ୍‌ଦଣ୍ଡାଦେଶ ଦିଆଯାଇଥିଲା। ଆଜି ଇସଲାମାବାଦ୍‌ ହାଇକୋର୍ଟ ସରିଫ୍‌ ପରିବାରଙ୍କ ଆବେଦନ ଉପରେ ଶୁଣାଣି କରି ସେମାନଙ୍କ ଦଣ୍ଡାଦେଶ ବାତିଲ୍‌ କରିଦେଇଛନ୍ତି। କୋର୍ଟ କହିଛନ୍ତି, ଏନ୍‌ଏବି (ନ୍ୟାସନାଲ୍‌ ଆକାଉଣ୍ଟେବିଲିଟି ବ୍ୟୁରୋ) ଦ୍ୱାରା ଉକ୍ତ ଘଟଣାରେ ତଦନ୍ତ ହୋଇଥିଲେ ମଧ୍ୟ ଆଭେନଫିଲ୍ଡ ଆପାର୍ଟମେଣ୍ଟ ମାଲିକାନା ନେଇ ସରିଫ୍‌ଙ୍କ ବିରୋଧରେ ଏନ୍‌ଏବି କୌଣସି ବଳିଷ୍ଠ ପ୍ରମାଣ ସଂଗ୍ରହ କରିପାରି ନାହାନ୍ତି।

ସମ୍ବନ୍ଧିତ ଖବର