ନୂଆଦିଲ୍ଲୀ: ଦେଶରେ ୮ଟି ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ସହ ପଜିଟିଭ ହାର ବଢ଼ୁଥିବାରୁ କେନ୍ଦ୍ର ସରକାର ଉକ୍ତ ୮ଟି ରାଜ୍ୟକୁ କରୋନା ସ୍ଥିତି ଉପରେ କଡ଼ା ନଜର ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାର କହିଛନ୍ତି, ମହାମାରୀ ଏଯାବତ ଶେଷ ହୋଇନି। ତେଣୁ ଆମେ ଆଦୌ ବେପରୁଆ ହେବା ଉଚିତ ନୁହେଁ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ୮ଟି ରାଜ୍ୟ ତଥା ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ହରିୟାଣା ଏବଂ ଦିଲ୍ଲୀକୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି। ଭୁଷଣ କହିଛନ୍ତି, କରୋନା ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିନି କି ମୃତ୍ୟୁ ମଧ୍ୟ ବଢ଼ିନାହିଁ। ତେବେ କିଛି ରାଜ୍ୟ ଏବଂ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି। ଏଥିରୁ ଜଣାପଡ଼ୁଛି ଯେ ସ୍ଥାନୀୟ ସଂକ୍ରମଣ ବଢ଼ୁଛି।
ଏହି ୮ଟି ରାଜ୍ୟରେ କେତେକ ଜିଲ୍ଲାରେ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଛି। ଉତ୍ତରପ୍ରଦେଶର ଗୋଟିଏ ଜିଲ୍ଲାରେ ପଜିଟିଭ ହାର ୧୦ ପ୍ରତିଶତ ଉପରେ ଥିବାବେଳେ ତାମିଲନାଡ଼ୁରେ ୧୧ଟି ଜିଲ୍ଲା, ରାଜସ୍ଥାନରେ ୬ଟି ଜିଲ୍ଲା, ମହାରାଷ୍ଟ୍ରରେ ୮ଟି ଜିଲ୍ଲା, କେରଳରେ ୧୪ଟି ଜିଲ୍ଲା, ହରିୟାଣାରେ ୧୨ଟି ଜିଲ୍ଲା ଏବଂ ଦିଲ୍ଲୀରେ ୧୧ଟି ଜିଲ୍ଲାରେ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଛି। ସମସ୍ତ ଜିଲ୍ଲାରେ କରୋନା ମୁକାବିଲା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଦେଶରେ ଆଜି ୧୧,୬୯୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୬୬,୧୭୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୮ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୨୫୮ରେ ପହଞ୍ଚିଛି। କେରଳ ପୂର୍ବରୁ ୯ ଟି ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ିଛି। ଦେଶରେ ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୫ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୮.୬୭ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/corona-test-f.jpg)